Photograph: (KANAKNEWS)
କନକବ୍ୟୁରୋ : ବାବାଙ୍କ ନାଁରେ ଦୁଷ୍କର୍ମ ଓ ଅସଦାଚରଣ ଅଭିଯୋଗ ଆଣିଲେ ଅନ୍ତେବାସୀ । ଥାନାରେ ଅଭିଯୋଗ ପରେ ବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ । ଢେଙ୍କାନାଳ କାମାକ୍ଷାନଗର ଥାନା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଆଶ୍ରମରେ ପୀଡ଼ିତା ଜଣକ ରହି ଠାକୁରଙ୍କ ସେବାକାର୍ଯ୍ୟ କରିବା ସହିତ ଭୋଜନାଳୟରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ ।
ତେବେ ଏହି ଆଶ୍ରମର ବାବା ଅନ୍ତେବାସୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଆଶ୍ରମ ଟି ମଧୁମଙ୍ଗଳ ଇସ୍କନ ଟ୍ରଷ୍ଟ ନାମରେ ପରିଚାଳିତ ହେଉଥିବା ବେଳେ ଭୋଜନାଳୟର ନାମ ଶ୍ରୀ ଗୋବିନ୍ଦ ଭୋଜନାଳୟ। ପୀଡ଼ିତା ଜଣକ ଏନେଇ ଅଭିଯୋଗ କରିବା ପରେ କାମାକ୍ଷାନଗର ପୋଲିସ୍ ବାବା ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।
Follow Us