ଆଇପିଏସଙ୍କୁ ବି ଛାଡିଲେନି ଦୁର୍ବୃତ୍ତ; ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ

ଆଇପିଏସଙ୍କୁ ବି ଛାଡିଲେନି ଦୁର୍ବୃତ୍ତ; ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ ; ଭୁବନେଶ୍ୱର ଡିସିପି, କ୍ରାଇମବ୍ରାଞ୍ଚ ଓ ଇନଷ୍ଟାଗ୍ରାମକୁ ରିପୋର୍ଟ କରିଥିବା ନେଇ ଦେଲେ ସୂଚନା ।

amitabh

କନକ ବ୍ୟୁରୋ: ପୋଲିସ ଅଧିକାରୀଙ୍କୁ ବି ଛାଡିଲେନି ଠକ। ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ଚଳାଉଛନ୍ତି ଲୁଟ୍‌ର ଯୋଜନା। ଆଇପିଏସ୍‌ ଅଫିସର୍‌ ଅମିତାଭ ଠାକୁରଙ୍କ ନାଁରେ ଏକ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ସାମ୍ନାକୁ ଆସିଛି। ପୋଲିସ ଜେଲ ଏଡିଜିପି ଅମିତାଭ ଠାକୁରଙ୍କ ନାମରେ ଏକ ଫେକ୍‌ ଇଷ୍ଟାଗ୍ରାମ୍‌ ଆକାଉଣ୍ଟ ରହିଥିବା ଜଣାପଡିଛି। 

କେହି ଜଣେ ତାଙ୍କ ନାମରେ ନକଲି ଆକାଉଣ୍ଟ ପରାଚାଳିତ କରୁଥିବା ଅଭିଯୋଗ କରିଛନ୍ତି ଅମିତାଭ ଠାକୁର। ଏହି ଫେକ୍‌ ଆକାଉଣ୍ଟରେ ଅମିତାଭ ଠାକୁରଙ୍କ ଅନେକ ଫଟୋ ଅପଲୋଡ୍ ହୋଇଛି। ଏହାକୁ ନେଇ କ୍ରାଇମବ୍ରାଞ୍ଚ, ଭୁବନେଶ୍ୱର ଡିସିପି ଏବଂ ଇଷ୍ଟାଗ୍ରାମ୍‌ରେ ଅଭିଯୋଗ କରିଛନ୍ତି ପୋଲିସ ଜେଲ ଏଡିଜିପି। ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe