କନକ ବ୍ୟୁରୋ: ଉପାନ୍ତରେ ବିକାଶ ବାଟବଣା, ରାସ୍ତା ନଥିବା କାରଣରୁ ଶବ ବୋହି ଭରାନଦୀ ପାର ହେଉଛନ୍ତି ଗ୍ରାମବାସୀ । କୋରାପୁଟ ଦଶମନ୍ତପୁର ଗାଦିଆଗୁଡା ବଗେଇପଦର ଗାଁରୁ ଆସିଲା ଅଭାବନୀୟ ଚିତ୍ର ।
ଦୀର୍ଘ ବର୍ଷ ହେବ ଗାଁକୁ ରାସ୍ତା ଖଣ୍ଡିଏ ନଥିବା ଏଭଳି ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ପୂର୍ବରୁ ଭୂତ ଭୟରେ ମୁରାନ ନଦୀର ଅପରପାଶ୍ୱର୍ରେ ଶଶ୍ମାନ ତିଆରି କରାଯାଇଥିଲା, ସେବେଠାରୁ ଗାଁ ଲୋକମାନେ ଏଠାରେ ହିଁ ଶବଦାହ କରିଥାନ୍ତି। ବର୍ଷା ଦିନେ ନଦୀରେ ପ୍ରଖର ସ୍ରୋତରେ ମଧ୍ୟ ଗ୍ରାମବାସୀମାନେ ପାର୍ ହୋଇ ଆରପଟକୁ ଯାଇ ଶବସତ୍କାର କରାଇଥାନ୍ତି। ଦୀର୍ଘ ବର୍ଷ ହେବ ଏହି ନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ଦାବି ହୋଇଆସୁଛି। ସମସ୍ୟା ନେଇ ବହୁବାର ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରାଯାଉଥିଲେ ବି କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।
ଉପାନ୍ତ ଅଞ୍ଚଳରେ ବିକାଶ ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ ଉପାନ୍ତ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ବିକାଶର ବାସ୍ତବ ଚିତ୍ରକୁ ପଦାରେ ପକାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/DZTq9L4a3yZOR8EZg5UT.jpg)