କନକ ବ୍ୟୁରୋ : ଗମନାଗମନର ସୁବିଧା ପାଇଁ ସରକାରୀ ଯୋଜନାର ଅଭାବ ନାହିଁ । ହେଲେ ରାଜ୍ୟ ରାଜକୋଷକୁ ଭରୁଥିବା ଗୋଟିଏ ଅଞ୍ଚଳର ରାସ୍ତା ଉପରେ ନଜର ପକାଇଲେ ଜଣାପଡ଼ିବ, ସରକାର ଦେଉଥିବା ଅର୍ଥ ତୃଣମୂଳସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି । କେନ୍ଦୁଝର ଯୋଡ଼ାରେ ଭଲ ରାସ୍ତାଟିଏ ନଥିବାରୁ ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗୁଛନ୍ତି ୭ ପଞ୍ଚାୟତର ଲୋକ ।

Advertisment

କେନ୍ଦୁଝର ଜିଲ୍ଲା ଯୋଡ଼ା ବାମେବାରୀରୁ ବଡ଼କାଳୀମାଟି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା । ସେହି ବାଟ ଦେଇ ଯିବା, ବିପଦକୁ ସିଧା ଆମନ୍ତ୍ରଣ ଦେବା ସହ ସମାନ । ଖାଲଖମାରେ ଭର୍ତ୍ତି ରାସ୍ତାରେ ଧୂଳି ଉଡ଼ି ଯାତ୍ରୀଙ୍କୁ ଅତିଷ୍ଠ କରୁଛି । ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସିଛି ।

ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାର ଉଭୟ ପାର୍ଶ୍ୱରେ ରହିଛି ବଡ଼ ବଡ଼ ଖଣି ଖାଦାନ  । ଏହି ଅଞ୍ଚଳରୁ କୋଟି କୋଟି ଟଙ୍କା ରାଜସ୍ୱ ପାଉଛନ୍ତି ସରକାର । ଏହି ରାଜସ୍ୱରେ ବଦଳୁଛି ରାଜ୍ୟର ଚିତ୍ର । ହେଲେ ଏ ଅଞ୍ଚଳର ବିକାଶ ପ୍ରତି ଆଖିବୁଜି ଦେଇଛି ପ୍ରଶାସନ । ଏ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଉତ୍ତର ଦେବାକୁ ନାରାଜ ସରକାରୀ ବାବୁ ।

କୌତୂହଳ କଥା ହେଉଛି, ସରକାରୀ ଅଧିକାରୀଙ୍କୁ ଏହି ରାସ୍ତା ସଂପର୍କରେ ଅଭିଯୋଗ କଲେ ବି ପ୍ରଭାବ ପଡ଼େନି । ଯଦି ରାଜସ୍ୱ ଦେଉଥିବା ଅଞ୍ଚଳରେ ବିକାଶ ଏମିତି, ତେବେ ଉପାନ୍ତ ଅଞ୍ଚଳର ସ୍ଥିତି କେମିତି, ଏକଥା ସହଜରେ ଅନୁମେୟ ।