ଚେହେରା ଚମକାଇବ ଚାଉଳ ପାଣି : ଘରୋଇ ଉପାୟ ଆପଣାଇ ଏମିତି ପାଆନ୍ତୁ ‘ଗ୍ଲାସ୍ ସ୍କିନ୍’

ବର୍ତ୍ତମାନ ସମୟରେ ତ୍ୱଚାର ଯତ୍ନ ନେବା ପାଇଁ ଅନେକ ପ୍ରକାରର ଟ୍ରିଟମେଣ୍ଟର ସାହାଯ୍ୟ ନିଆଯାଉଛି, ଏହା ଦ୍ୱାରା ତ୍ୱଚା ଉପରେ ଅନେକ କୁପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ଏବଂ ଖର୍ଚ୍ଚ ମଧ୍ୟ ବହୁତ ହେଉଛି । କିନ୍ତୁ, ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ, ଯେଉଁଥିରେ ବିନା ପଇସା ଖର୍ଚ୍ଚ କରି ଆପଣ ନିଜ ତ୍ୱଚାକୁ ସୁନ୍ଦର କରିପାରିବେ ।

glass skin

glass skin Photograph: (google)

ପୁରାତନ କାଳରେ ଚେହେରା ଏବଂ ଶରୀରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଘରୋଇ ଉପଚାର ବ୍ୟବହାର କରାଯାଉଥିଲା । ସେତେବେଳେ କୌଣସି ପ୍ରକାରର ବ୍ୟୁଟି ପ୍ରଡକ୍ଟ ବିକ୍ରି ହେଉନଥିଲା , କେବଳ ପ୍ରାକୃତିକ ଉତ୍ପାଦକୁ ଶରୀରରେ ଲଗାଇ ସୌନ୍ଦର୍ଯ୍ୟ ବଢ଼ାଯାଉଥିଲା । ବର୍ତ୍ତମାନ ସମୟରେ ତ୍ୱଚାର ଯତ୍ନ ନେବା ପାଇଁ ଅନେକ ପ୍ରକାରର ଟ୍ରିଟମେଣ୍ଟର ସାହାଯ୍ୟ ନିଆଯାଉଛି, ଏହା ଦ୍ୱାରା ତ୍ୱଚା ଉପରେ ଅନେକ କୁପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ଏବଂ ଖର୍ଚ୍ଚ ମଧ୍ୟ ବହୁତ ହେଉଛି । କିନ୍ତୁ, ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ, ଯେଉଁଥିରେ ବିନା ପଇସା ଖର୍ଚ୍ଚ କରି ଆପଣ ନିଜ ତ୍ୱଚାକୁ ସୁନ୍ଦର କରିପାରିବେ ।

rice
rice Photograph: (google)

ବ୍ୟୁଟି ଏକ୍ସପର୍ଟ ସରିତା କୁମାୱତଙ୍କ କହିବାନୁସାରେ , ଚେହେରା ଏବଂ ଶରୀରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଚାଉଳର ବ୍ୟବହାର ପୁରୁଣା ସମୟରୁ ହୋଇଆସୁଛି । ବର୍ତ୍ତମାନ ସମୟରେ ମଧ୍ୟ ଏହା ଚେହେରାରେ ଚମକ ଆଣିବାର ଏକ ଉତ୍ତମ ଉପାୟ । ଚାଉଳକୁ ସିଝାଇବା ପରେ ଯେଉଁ ପାଣି ବଳିଥାଏ, ତାହା ତ୍ୱଚାକୁ ଭଲ ପୋଷଣ ଦେଇଥାଏ ଏବଂ ତ୍ୱଚାକୁ ଚମକଦାର କରିଥାଏ ।ଚେହେରାରେ ଲଗାଇବା ପାଇଁ ସର୍ବପ୍ରଥମେ ୨ ରୁ ୩ ଚାମଚ ଚାଉଳକୁ ଏକ ଗ୍ଲାସ୍ ପାଣିରେ ରାତିସାରା କିମ୍ବା ୪ ରୁ ୫ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ । ତା'ପରେ ଚାଉଳ ଏବଂ ପାଣିକୁ ଅଲଗା କରନ୍ତୁ । ସେହି ପାଣିକୁ ବ୍ୟବହାର କରନ୍ତୁ । ଏହାଛଡ଼ା ଚାଉଳ ସିଝାଇବା ପରେ ବଳିଥିବା ପାଣିକୁ ମଧ୍ୟ ବ୍ୟବହାର କରିପାରିବେ । 

rice water
rice water Photograph: (google)

ବ୍ୟୁଟି ଏକ୍ସପର୍ଟଙ୍କ କହିବାନୁସାରେ , ଚାଉଳ ପାଣିରେ ଭିଟାମିନ ବି , ସି ଏବଂ ଇ ରହିବା ସହିତ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ, ଯାହା କେବଳ ତ୍ୱଚାର ଛିଦ୍ରକୁ କମ୍ କରିନଥାଏ ବରଂ ତ୍ବଚାକୁ ଫ୍ରେଶ୍ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ ବି କମ୍ପ୍ଲେକ୍ସ ତ୍ୱଚାର ରଙ୍ଗକୁ ଗୋରା କରିବାରେ ସହାୟକ ହୋଇଥାଏ ।

rice water skin
rice water skin Photograph: (google)

ଚାଉଳ ପାଣି ତ୍ୱଚାକୁ ହାଇଡ୍ରେଟେଡ୍ ରଖିଥାଏ ଏବଂ ଏହାର ଚିକ୍କଣ ରଖିବାର ଗୁଣ ତ୍ୱଚାକୁ କୋମଳ କରିଥାଏ । ଚାଉଳ ପାଣିରେ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ମଧ୍ୟ ରହିଥାଏ ଯାହା ତ୍ୱଚାରେ ଲାଲିମା ଏବଂ ଜ୍ୱାଳାକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଚାଉଳ ପାଣି ତ୍ୱଚାରୁ ମୃତ କୋଷିକାଗୁଡ଼ିକୁ ହଟାଇବାରେ ମଧ୍ୟ ସହାୟକ ହୋଇଥାଏ, ଯେଉଁଥିପାଇଁ ତ୍ୱଚା ସଫା ଏବଂ ସତେଜ ଦେଖାଯାଏ । ଏହା ତ୍ୱଚାରୁ ମଇଳା ହଟାଇବାରେ ସାହାଯ୍ୟ କରିଥାଏ । ଏକ ତୁଳା ସାହାଯ୍ୟରେ ଚାଉଳ ପାଣି ନେଇ ଚେହେରାରେ ଧୀରେ ଧୀରେ ଲଗାନ୍ତୁ । କିଛି ସମୟ ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ପରେ ଚେହେରାରେ ଫରକ ଜାଣିପାରିବେ । ଚାଉଳ ପାଣିକୁ ଟୋନର୍ ରୂପେ ମଧ୍ୟ ବ୍ୟବହାର କରିବା ପାଇଁ ଏକ ସ୍ପ୍ରେ ବୋତଲରେ ଭରି ଫ୍ରିଜରେ ଷ୍ଟୋର୍ କରନ୍ତୁ । ଏହା ପରେ ସଫା ଚେହେରାରେ ସ୍ପ୍ରେ କରି ଟୋନର୍ ରୂପେ ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇଛି, ତେବେ ଚାଉଳ ପାଣିକୁ ତୁଳାର ସାହାଯ୍ୟରେ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ । ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ବ୍ରଣରୁ ଆରାମ ପାଇବେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe