କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ଆରମ୍ଭ ହୋଇଥିବା ତିନି ଦିନିଆ ପୁନଶ୍ଚ ପୃଥିବୀ ସମ୍ମିଳନୀରେ ନିଜର ଅଭିଭାଷଣ ଦେଇ ପରିବେଶ ସୁରକ୍ଷା ଦିଗରେ ଚିନ୍ତାବ୍ୟକ୍ତ କରିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ‘ତନୟା ପଟ୍ଟନାୟକ ଯେତେବେଳେ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର କରିବାର ଯୋଜନା କଲେ, ସେତେବେଳେ ମୁଁ ଏହାକୁ ଆକୁଣ୍ଠ ସମର୍ଥନ ଦେଇଥିଲି । କାରଣ ଏହା ପରିବେଶ ସୁରକ୍ଷା ଉପରେ ଆଧାରିତ । ଆଜିର ଏକମାତ୍ର ପ୍ରସଙ୍ଗ ହେଉଛି ପରିବେଶ, ଯାହାକୁ ନେଇ କୌଣସି ବିବାଦ ନାହିଁ । ଏହା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ପରିବେଶର ପରିଭାଷାକୁ ନେଇ ଆମେ ବିଶେଷ ଚିନ୍ତା ନକରି ଏହାର ବିକାଶ ଦିଗରେ ଅଧିକ ସକ୍ରିୟ ହେବା ଆବଶ୍ୟକ ।"
ସୌମ୍ୟରଞ୍ଜନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ଆଜିର ଦିନରେ ସମାଜର ସବୁଠୁ ବଡ଼ ସମସ୍ୟା ହେଲା ‘ପ୍ରସଙ୍ଗହୀନତା’ । ଆମେ ବେକାର ପ୍ରସଙ୍ଗକୁ ନେଇ ସମୟ ନଷ୍ଟ କରୁଛୁ । ତେବେ ଆଗାମୀ ଦିନରେ ଯଦି କେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ତାହା ପାଣି ପାଇଁ ହେବ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାସହ ଆମ ପୂର୍ବରୁ ଯିଏ ବିକାଶ କଲେ, ସେ ବିନାଶ କରି ବିକାଶ ହାସଲ କରିଛନ୍ତି, ତେଣୁ ଆମ ପାଇଁ ଆହ୍ୱାନ ହେଉଛି, ଅଳ୍ପ ବିନାଶରେ ଅଧିକ ବିକାଶ ।
ଆଜିର ଦିନରେ ସମାଜର ସବୁଠୁ ବଡ଼ ସମସ୍ୟା ହେଲା ‘ପ୍ରସଙ୍ଗହୀନତା’
— Kanak News (@kanak_news) October 6, 2025
ଆମେ ବେକାର ପ୍ରସଙ୍ଗକୁ ନେଇ ସମୟ ନଷ୍ଟ କରୁଛୁ
ଯଦି କେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ତାହା ପାଣି ପାଇଁ ହେବ @SoumyaSambad#EarthAgain2025#SustainableFuture#ClimateAction#planetfirst#AnimalWelfare#GreenFuture#KanakNewspic.twitter.com/Fi2Ccm5mFI
ସେହିପରି ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ରଖି ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି, ଘରେ ଘରେ ଜଣେ ଜଣେ ପରିବେଶ ଯୋଦ୍ଧା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଆମେ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲୁ । ଏହା ପରେ ପରେ ପରିବେଶ ପଞ୍ଚାୟତ ମାଧ୍ୟମରେ ଏହାକୁ ଆଗକୁ ନେବାକୁ ଆମର ପ୍ରୟାସ ଜାରି ରହିଛି । ସାରା ଓଡ଼ିଶାରେ ନେତା, ମହିଳା, ଯୁବକ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।