କନକବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ଯେବେ ନିର୍ବାଚନ ଲଢ଼ିଥିଲେ ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଜୋରଦାର ପ୍ରଚାର କରିଥିଲେ ।  ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ମୋଦୀ କରିଥିଲେ ହାଉଦି ମୋଦୀ । ଯାହା ପ୍ରବାସୀ ଭାରତୀୟଙ୍କୁ ବେଶ ପ୍ରଭାବିତ କରିବା ସହ ଟ୍ରମ୍ପଙ୍କ ଜିତିବାରେ ବଡ ଯୋଗଦାନ ଦେଇଥିବା କୁହାଯାଏ । 

Advertisment

ଏହା ପରେ ଭାରତ ଓ ଆମେରିକା ଭିତରେ କୁଟନୀତି ସମ୍ପର୍କ ଠିକଠାକ ଚାଲିଥିଲା ।ମଝିରେ ମଝିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାନ୍ତର ମଧ୍ୟ ଦେଖାଦେଇଛି ତେବେ ଭାରତ ସହ ଟ୍ରେଡ ଡିଲ କରିବାକୁ ବେଶ ଆଗ୍ରହୀ ଥିବା ଟ୍ରମ୍ପ ଟାରିଫ କୋହଳ କରିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ବିଶେଷଜ୍ଞଙ୍କ ମତରେ ଆମେରିକା ସରକାର ଏହି ନିଷ୍ପତି ପଛରେ କିଛି ପ୍ରମୁଖ କାରଣ ପରଦା ଅଡୁଆରେ ରହିଛି  ।