ବର୍ଷା ଯୋଗୁଁ ମାଲକାନଗିରି, ଗଞ୍ଜାମରେ ସ୍ଥିତି ବେହାଲ ; ଧୋଇଗଲା ପୋଲ, ୨ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ବର୍ଷା ଯୋଗୁଁ ମାଲକାନଗିରି, ଗଞ୍ଜାମରେ ସ୍ଥିତି ବେହାଲ ; ପ୍ରବଳ ବର୍ଷାରେ ଧୋଇଗଲା ମାଲକାନଗିରି କନ୍ୟାଶ୍ରମ ଗାଁ ରାସ୍ତା ,ପାଙ୍ଗାମ ପୋଲରୁ ଖସିଲା ବର୍ଷାଜଳ । ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଓଡ୍ରାଫ । ଆଜି ମାଲକାନଗିରି, ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ।

flood m

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଧୋଇଗଲା ମାଲକାନଗିରି କନ୍ୟାଶ୍ରମ ଗାଁ ନିକଟସ୍ଥ ରାସ୍ତା । ଲଗାଣ ବର୍ଷା ଯୋଗୁଁ ଗତକାଲିଠାରୁ ଜଳ ଘେରରେ ରହିଥିଲା କନ୍ୟାଶ୍ରମ ଗାଁ । ଜଳସ୍ତର କମିବା ସହ ଧୋଇ ହୋଇଗଲା ରାସ୍ତା । ପଡିଆ କାଲିମେଳା ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ଏବେ ବି କନ୍ୟାଶ୍ରମ ପୋଲ ଉପରେ ୮ ଫୁଟ ଉଚ୍ଚ ପାଣି ଚାଲୁଛି । ସେପଟେ ଜିଲ୍ଲାର ପାଙ୍ଗାମ ପୋଲରୁ ଖସିଲା ବନ୍ୟାଜଳ । ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଛି । ଜୟପୁର-ମାଲକାନଗିରି ମୁଖ୍ୟରାସ୍ତାରେ  ସ୍ୱାଭାବିକ ହୋଇଛି ଯାତାୟାତ । ପାଙ୍ଗାମ ପୋଲ ଓ ଅଁଳାଯୋଡି ବ୍ରିଜରୁ ବନ୍ୟା ଜଳସ୍ତର ହ୍ରାସ ପାଇଛି । ରବିବାରଠାରୁ ଅଟକିଥିବା ଯାନବାହାନ ଚଳାଚଳ ଆରମ୍ଭ ହୋଇଛି। ଲଗାଣ ବର୍ଷା ଯୋଗୁ ଜିଲ୍ଲାର ଅନେକ ଗାଁ ଜଳ ଘେରରେ ରହିଛି। ମାଲକାନଗିରି ଜିଲ୍ଲାର ୫ ବ୍ଲକ ପାଇଁ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି । 

ରାୟଗଡାରେ ମଧ୍ୟ ସ୍ଥିତି ଖରାପ । ବଂଶଧାରା ନଦୀ ବ୍ରିଜ ଉପରେ ୫ ଫୁଟର ବନ୍ୟା ଜଳ । ରାୟଗଡା କଳାହାଣ୍ଡି ଯୋଗାଯୋଗ ବିଛିନ୍ନ। ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ମୁନିଗୁଡା ବ୍ଲକ ଅନ୍ତର୍ଗତ ରାଣୀପିଣ୍ଡା ନିକଟ ବଂଶଧାରା ନଦୀ ବ୍ରିଜ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରାୟଗଡା କଳାହାଣ୍ଡି ଜିଲ୍ଲା ମଧରେ ଯୋଗାଯୋଗ ବିଛିନ୍ନ ହୋଇଛି। ତେଣୁ ଉଭୟ ପଟେ ଶହଶହ ଟ୍ରକ ଓ ବସ ଅଟକି ରହିଛି। ଏହି ଛଅନମ୍ବର ରାଜ୍ୟ ରାଜପଥ ବିଶାଖାପାଟଣା ଓ ରାୟପୁର ସହର ମଧ୍ୟରେ ସଂଯୋଗ କରୁଥିବାରୁ ଉଭୟ ପଟରେ ଶହଶହ ଟ୍ରକ ଅଟକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe