ବରଫ ପାଲଟିଲା ନଦୀ , ଝରଣା ପାଣି । ଗୁମ୍ପାରେ ବିରାଜିଲେ ବାବା ବର୍ଫାନୀ , ଦେଖନ୍ତୁ ମନୋରମ ଦୃଶ୍ୟ

ରାତିର ତାପମାନ ତ ମାଇନସ୍ ୫ ଡିଗ୍ରୀ ତଳକୁ ଖସୁଛି । ହାଡ଼ଭଙ୍ଗା ଶୀତରେ ପାଣି ମଧ୍ୟ ବରଫ ପାଲଟି ଯାଉଛି । ଅଞ୍ଚଳରେ ଥିବା ନଦୀ , ଝରଣା , ନାଳର ପାଣି ଯେମିତି ବରଫର କାଠ ପାଲଟି ଯାଇଛି । ଆଖି ଯୁଆଡ଼େ ଯାଉଛି ଜମିଥିବା ବରଫ ହିଁ ପାଉଛି । 

ଅଦ୍ୟତନ ହୋଇଛି
barfani

ଶୀତର ପ୍ରକୋପ ବଢିବା ସଙ୍ଗେ ସଙ୍ଗେ ଭାରତ-ଚୀନ୍ ସୀମାକୁ ଲାଗିଥିବା ଚମୌଲୀ ସୀମାନ୍ତରେ ଥିବା ନୀତି ଘାଟିରେ ଏବେ ପ୍ରବଳ ଥଣ୍ଡାର ପ୍ରକୋପ ରହିଛି । ରାତିର ତାପମାନ ତ ମାଇନସ୍ ୫ ଡିଗ୍ରୀ ତଳକୁ ଖସୁଛି । ହାଡ଼ଭଙ୍ଗା ଶୀତରେ ପାଣି ମଧ୍ୟ ବରଫ ପାଲଟି ଯାଉଛି । ଅଞ୍ଚଳରେ ଥିବା ନଦୀ , ଝରଣା , ନାଳର ପାଣି ଯେମିତି ବରଫର କାଠ ପାଲଟି ଯାଇଛି । ଆଖି ଯୁଆଡ଼େ ଯାଉଛି ଜମିଥିବା ବରଫ ହିଁ ପାଉଛି । 

barfani 1

ଏଠାକାର ସୀମାନ୍ତରେ ରହୁଥିବା ଲୋକଙ୍କ ଅବସ୍ଥା କହିଲେ ନସରେ । କାଶ୍ମୀର ଭଳି ଅଧିକ ବରଫ ନ ପଡୁଥିଲେ ହେଁ ପାହାଡ଼ି ଅଞ୍ଚଳ ହୋଇଥିବାରୁ ଶୀତର ପ୍ରକୋପ ଯେମିତି ଅସହ୍ୟ ହୋଇପଡ଼ିଛି । ଏହି ସ୍ଥାନରେ ଅବସ୍ଥିତ ବାବା ଭୋଳାଶଙ୍କରଙ୍କ ଗୁମ୍ଫା ଏବେ ବରଫର ଆସ୍ଥରଣରେ ଆଚ୍ଛାଦିତ ହୋଇରହିଛି । ଲାଗୁଛି ଯେମିତି ବାବା ବର୍ଫାନୀ ସ୍ବୟଂ ପ୍ରକଟ ହୋଇଛନ୍ତି । ପ୍ରଭୁଙ୍କ ବର୍ଫାନୀ ଅବତାରର ଦର୍ଶନ ଦୂରରୁ କରୁଛନ୍ତି ଭକ୍ତ । ପାହାଡ଼କୁ ଦୂରୁ ଦେଖିଲେ ଲାଗୁଛି ଯେ ବାବା ତାଙ୍କ ବରଫର ଜଟାକୁ ଖୋଲି ସାରା ପାହାଡ଼ ଶିଖର ଉପରେ ଖେଳାଇ ଦେଇଛନ୍ତି । 

barfani 2

ନୀତି ଗାଁର ଏହି ଗୁମ୍ଫାରେ ବିରାଜମାନ ଟିମ୍ବରଶେଣ ମହାଦେବଙ୍କୁ ଶ୍ରଦ୍ଧାଳୁ ଭକ୍ତିରେ ଛୋଟ ଅମରନାଥ, ଶିଶୁ ମହାଦେବ ଓ ନୀତି ମହାଦେବ ବୋଲି ମଧ୍ୟ ସମ୍ବୋଧନ କରନ୍ତି । ଏହି ସ୍ଥାନରେ ୭ ମାସ ମହାଦେବଙ୍କ ଶିବଲିଙ୍ଗର ଦର୍ଶନ କରନ୍ତି ଭକ୍ତ । ଶୀତରେ ଏଠାରେ ଭୋଳାବାବା ବାବା ବର୍ଫାନୀଙ୍କ ରୂପରେ ଦିଅନ୍ତି ଦର୍ଶନ । ଏହି ସ୍ଥାନ ଶୀତରେ ଖୁବ୍ ରମଣୀୟ ଦେଖାଯାଏ । ଲାଗେ ଯେମିତି ୨୦ ଫୁଟରୁ ଅଧିକ ଉଚ୍ଚ ବରଫର ଜଟା ଖେଳାଇ ସ୍ବୟଂ ମହାଦେବ ବିରାଜିଛନ୍ତି ।  

barfani 3

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe