କନକ ବ୍ୟୁରୋ : ସଡକ ସୁରକ୍ଷା ନାଁରେ ଚାନ୍ଦା ଆଦାୟ । ଦିଲ୍ଲୀରୁ ଆସି ସୁନ୍ଦରଗଡରେଚାନ୍ଦା ଆଦାୟ କରୁଛନ୍ତି ଠକ ଦଳ । ତାହା ପୁଣି ପୋଲିସର ସୁରକ୍ଷା ବଳୟ ଭିତରେ । ସୁନ୍ଦରଗଡ ଭଷ୍ମା ଥାନାକୁଣ୍ଡୁକେଲା ନିକଟ ୧୦ ନମ୍ବର ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରେ ଖୁଲମ ଖୁଲ୍ଲା ଚାଲିଛି ଟ୍ରକ ଡ୍ରାଇଭରଙ୍କଠାରୁ ଚାନ୍ଦା ଆଦାୟ। ସାମାନ୍ୟ ଖଣ୍ଡେ ନାଲି ରଙ୍ଗର ରେଡିୟମ ଲଗାଇ ଟଙ୍କା ମାଗୁଛନ୍ତି ଠକ। ସାଥିରେତିନି ପ୍ରକାର ରସିଦ। ଗୋଲାପି ରଙ୍ଗର ୧୦୦ ଟଙ୍କିଆ, ହଳଦିଆ ରଙ୍ଗର ୨୦୦ ଟଙ୍କିଆ ଏବଂ ନୀଳ ରଙ୍ଗର ୩୦୦ଟଙ୍କିଆ ରସିଦ । ଆଉ ଏକ ଷ୍ଟିକର ଯେଉଁଥିରେ ଆଲକହଲ ଲେଖାଅଛି, ତା ପାଇଁ ୫୦୦ ଟଙ୍କା ଆଦାୟ କରୁଛନ୍ତିଠକ ଦଳ ।
ଥରେ ରସିଦ କଟାଇଲେ ଦୁଇ ମାସ ପର୍ଯ୍ୟନ୍ତ ତାର ବୈଧତା ଅଛି ବୋଲି କହୁଛି । ବଡ଼ କଥା ହେଲାନା ପୋଲିସ ନା ପରିବହନ ବିଭାଗ କାହା ପାଖରେ ବି ନାହିଁ ଏହି ଠକଙ୍କ ନେଇ କୌଣସି ଖବର । ରୋଡ ସେଫଟିକ୍ୟାମ୍ପ ନାଁରେ ବ୍ୟାନର ମାରି ବେଧଡକ ଚାଲିଛି ଲୁଟ । ଜୋର ଜବରଦସ୍ତ ଟ୍ରକ ଗୁଡିକୁ ଅଟକାଇ ରେଡିୟମଲଗାଇ ରସିଦ ଧରାଇ ଟଙ୍କା ଆଦାୟ କରାଯାଉଛି ।
ରାତିରେ କୁହୁଡି ଥିବା ସମୟରେ ଗାଡି ନ ଦିଶିବ କହି ରେଡିୟମଲଗାଉଛନ୍ତି । ତେବେ ତା ପାଇଁ ନା ତାଙ୍କ ପାଖରେ ପରିବହନ ବିଭାଗ ନା ପୋଲିସର ଅନୁମତି ଅଛି । ଦିଲ୍ଲୀରୁ ଏହି ଯୁବକମାନେ ଆସି ଆରଟିଓ ମାନଙ୍କ ଭଳିଆ ଗାଡି ଗୁଡିକୁ ଅଟକାଇ ଜୋର ଜବରଦସ୍ତ ଭାବରେ ଟଙ୍କାଆଦାୟ କରୁଛନ୍ତି । ଘଟଣାକୁ ନେଇ ଆରଟିଓ ବିଭାଗ ସହ ଯୋଗାଯୋଗ କରାଯାଇଥିଲା, ସେମାନଙ୍କପାଖରେ ଏସମ୍ପର୍କରେ କୌଣସି ସୂଚନା ନଥିବା କହିଛନ୍ତି ।