କନକ ବ୍ୟୁରୋ: କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଛନ୍ତି ବୈଦେଶିକ ମନ୍ତ୍ରୀ । ସୂର୍ଯ୍ୟମନ୍ଦିର ପରିଦର୍ଶନ ପରେ ପୁରୀ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀଙ୍କ କୋଣାର୍କ ଗ୍ରସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 

Advertisment

କୋଣାର୍କର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୃତୟନ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋଣାର୍କ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଏସ୍‌. ଜୟଶଙ୍କର । ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ପ୍ରବାସୀ ଭାରତୀୟ ଦିବସରେ ସେ ସାମିଲ ହେବେ ।