କନକ ବ୍ୟୁରୋ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆତଙ୍କବାଦ ବିରୋଧରେ କଡ଼ା ନୀତି ଗ୍ରହଣ କରିଛନ୍ତି । ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ଯଦି ଆତଙ୍କବାଦୀମାନେ ପାକିସ୍ତାନରେ ଅଛନ୍ତି, ତେବେ ଭାରତ ସେମାନଙ୍କୁ ସେଠାରେ ହିଁ ଟାର୍ଗେଟ୍‌ କରିବ । ଏକ ବୟାନରେ ଜୟଶଙ୍କର କହିଛନ୍ତି, ଆମେ ଆତଙ୍କବାଦକୁ କୌଣସି ପରିସ୍ଥିତିରେ ସହ୍ୟ କରିବୁ ନାହିଁ । ଯେଉଁମାନେ ଭାରତରେ ଆତଙ୍କ ସୃଷ୍ଟି କରୁଛନ୍ତି, ସେମାନଙ୍କୁ କୌଣସି ସ୍ଥାନରେ ଛଡ଼ାଯିବ ନାହିଁ ।

ପାକିସ୍ତାନକୁ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କ ଚେତାବନୀ
ଆତଙ୍କୀସ୍ତାନରେ ରହୁଥିବା ଆତଙ୍କୀଙ୍କ ସମୟ ସରି ସରି ଆସୁଛି
ଆତଙ୍କୀ ପାକିସ୍ତାନରେ ଯେଉଁଠି ଥିଲେ ବି ସେମାନଙ୍କୁ ଛଡ଼ାଯିବନି
ଜୟଶଙ୍କର କହିଛନ୍ତି, ଭାରତର ସୁରକ୍ଷା ଓ ସାର୍ବଭୌମତ୍ୱ ସହ କୌଣସି ବୁଝାମଣା କରାଯିବ ନାହିଁ
ଜୟଶଙ୍କରଙ୍କ ଏହି ବୟାନ ଦେଶରେ ଜାତୀୟତାବାଦୀ ମନୋବଳକୁ ଆହୁରି ଦୃଢ଼ କରିଛି
ବିଶେଷଜ୍ଞ କହୁଛନ୍ତି, ଭାରତର ଏହି ନୀତି ଆତଙ୍କବାଦୀ ସଂଗଠନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଯେ 
ଆତଙ୍କୀମାନେ ପାକିସ୍ତାନର କୌଣସି ସ୍ଥାନରେ ନିରାପଦ ନୁହଁନ୍ତି
ଯୁଦ୍ଧ ସମୟରେ ଆମ ସହ କଥା ହୋଇଥିବା ସମସ୍ତଙ୍କୁ ଆମେ ଗୋଟିଏ କଥା ସ୍ପଷ୍ଟ କରିଥିଲୁ 
ପାକିସ୍ତାନ ଯଦି ଯୁଦ୍ଧ ବନ୍ଦ କରିବାକୁ ଚାହୁଛି, ତେବେ ସେମାନେ ଆମକୁ କହିବାକୁ ପଡ଼ିବ