ଆଜି ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ, ଚଳଚଞ୍ଚଳ ଜଲେଶପଟା ଆଶ୍ରମ । ବିଭିନ୍ନ ଚର୍ଚ୍ଚ ଓ ମନ୍ଦିରରେ ବ୍ୟାପକ ସୁରକ୍ଷା

ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରଦ୍ଧାଞ୍ଜଳି ଦିବସ। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ। ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ashram

କନକବ୍ୟୁରୋ: ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରଦ୍ଧାଞ୍ଜଳି ଦିବସ। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତଥା ୧୬ତମ ବଳିଦାନ ଦିବସ। ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜିଲ୍ଲାରେ ୨୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ଏବଂ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜିଲ୍ଲାକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନପଥରେ ପୁଲିସ ଫୋର୍ସ କଡ଼ାକଡ଼ି ଯାଞ୍ଚ କରୁଛି।

ସେହିପରି ଜଲେଶପଟ୍ଟା। ଆଶ୍ରମରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ଓ କନ୍ଧମାଳ ଏସପି ଶ୍ରୀ ପାତ୍ର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ଜନ୍ମାଷ୍ଟମୀ ସହ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ଏଥିପାଇଁ ଆଶ୍ରମ ଭିତରେ ଓ ବାହାରେ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବା ବେଳେ ସେଠାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଆଶ୍ରମକୁ ଯାଇ ସୁରକ୍ଷା ସ୍ଥିତିର ଯାଞ୍ଚ କରିଛନ୍ତି। ଅପ୍ରୀତିକର ଘଟଣାକୁ ଏଡ଼ାଇବାକୁ ପୁଲିସ ବିଭାଗ ତୀକ୍ଷ୍ଣ ନଜର ରଖିଛି। ଆଶ୍ରମ ପରିସରରେ ହେବାକୁ ଥିବା କାର୍ୟ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ ଏବଂ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଯୋଗ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe