କନକବ୍ୟୁରୋ : ବଢ଼ିଲା ଯୁକ୍ତ ତିନି ନାମଲେଖା ଅବଧି । ଏନେଇ ଉଚ୍ଚଶିକ୍ଷା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଯୁକ୍ତ ତିନି ନାମଲେଖା ପାଇଁ ରହିଥିଲା ଶେଷ ଦିନ । ଏହାର ଅବଧି ବଢି ଜୁନ ୧ ତାରିଖ ପର୍ଯ୍ୟନ୍ତ କରାଯାଇଛି । ଛାତ୍ରଛାତ୍ରୀ SAMS ପୋର୍ଟାଲରେ ଫର୍ମ୍ ପୂରଣ କରିପାରିବେ । ବର୍ତ୍ତମାନ ସୁଦ୍ଧା ବାହାରିନି ଯୁକ୍ତ ଦୁଇ ପରୀକ୍ଷା ଫଳ ।