ଖୋଲୁଛି ବିଷାକ୍ତ ମଦ ରହସ୍ୟ । ରାଜଧାନୀର ଛାତି ଉପରେ ବେଧଡକ ଚାଲିଥିଲା ମଦ କାରବାର

Advertisment

ବସ୍ତି ଭିତରେ ଆଲିସାନ ଘର। କାନ୍ଥରେ ଝୁଲିଥିବା ଏଲଇଡି , ଏସିକୁ ଦେଖି ଆମ ଆଖି ବି ଧୋକା ଖାଇ ଯାଇଥିଲା। ଖାନତଲାସ ବେଳେ ସାମନାକୁ ଆସିଥିଲା ମଦ ମାଫିଆଙ୍କ ସିକ୍ରେଟ ଚ୍ୟାମ୍ବର। ଏ ଚ୍ୟାମ୍ବରକୁ ଦେଖିବା ପରେ ଭୁବନେଶ୍ବର ପୋଲିସ ବି ତାଜୁବ।

ବସ୍ତି ଭିତରେ ଆଲିସାନ ଘର। କାନ୍ଥରେ ଝୁଲିଥିବା ଏଲଇଡି , ଏସିକୁ ଦେଖି ଆମ ଆଖି ବି ଧୋକା ଖାଇ ଯାଇଥିଲା। ଖାନତଲାସ ବେଳେ ସାମନାକୁ ଆସିଥିଲା ମଦ ମାଫିଆଙ୍କ ସିକ୍ରେଟ ଚ୍ୟାମ୍ବର। ଏ ଚ୍ୟାମ୍ବରକୁ ଦେଖିବା ପରେ ଭୁବନେଶ୍ବର ପୋଲିସ ବି ତାଜୁବ।

17

କନକ ବ୍ୟୁରୋ :  ଚିକିଟି ମଦ ମୃତ୍ୟୁ ମାମଲା  ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ, ରାଜଧାନୀ ଭୁବନେଶ୍ବର ସାଲିଆ ସାହିରୁ ଚମକାଇ ଦେବା ଭଳି ଦୃଶ୍ୟ ସାମନାକୁ ଆସିଛି। ଘର ଭିତରର ପୁଳା ପୁଳା ମଦ ଦେଖି, ଆକ୍ସନ ମୋଡକୁ ଆସିଛି ପୋଲିସ। ସାଲିଆ ସାହିରେ ଥିବା ବିଷାକ୍ତ ମଦ ଭାଟି ନଷ୍ଟ କରିବା ସହ ବେଆଇନ ମଦ ବ୍ୟବସାୟୀଙ୍କ ଘରକୁ ଭାଂଗି ଦେଇଛି ପ୍ରଶାସନ।

ବସ୍ତି ଭିତରେ ଆଲିସାନ ଘର। କାନ୍ଥରେ ଝୁଲିଥିବା ଏଲଇଡି , ଏସିକୁ ଦେଖି ଆମ ଆଖି ବି ଧୋକା ଖାଇ ଯାଇଥିଲା। ଖାନତଲାସ ବେଳେ ସାମନାକୁ ଆସିଥିଲା ମଦ ମାଫିଆଙ୍କ ସିକ୍ରେଟ ଚ୍ୟାମ୍ବର। ଏ ଚ୍ୟାମ୍ବରକୁ ଦେଖିବା ପରେ ଭୁବନେଶ୍ବର ପୋଲିସ ବି ତାଜୁବ।

କେବଳ ଏହି ଗୋଟିଏ ଘର ନୁହେଁ, ଜୁଆଡେ ଆଖି ବୁଲାଇବେ ସିଆଡେ ମଦ। ଆଉ ଏକ ଘରର ଦୃଶ୍ୟ । ବାହାରୁ ଏହା ଏକ ଗୁହାଳ ଭଳି ଦେଖାଯାଉଛି। କିନ୍ତୁ ଭିତରକୁ ଗଲେ ମଦ କାରଖାନାର ଦୃଶ୍ୟ ସାମନାକୁ ଆସିଛି। ସାଲିଆ ସାହିର ମାତ୍ର କେତୋଟି ଘର ଭିତରୁ ପାଖାପାଖି ୫ଲକ୍ଷ ଲିଟରରୁ ଉର୍ଦ୍ଧ ମଦ ମିଳିଛି। 

ରାଜଧାନୀର ଛାତି ଉପରେ ଏମିତି ଦୃଶ୍ୟ ଦେଖି ଆକ୍ସନ ମୋଡକୁ ଆସି ଯାଇଛି ପୋଲିସ। ଗିରଫଦାରୀ ଭୟରେ ଅଭିଯୁକ୍ତମାନେ ଚମ୍ପଟ ମାରିଥିବାବେଳେ ବେଆଇନ ଘର ଉପରେ ବୁଲଡୋଜର ବୁଲାଇଛି ପୋଲିସ। ବ୍ୟାପକ ପୋଲିସ ଫୋର୍ସ ମୂତୟନ କରି ମଦ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି। 

ମଦ ମାଫିଆଙ୍କୁ ସାବାଡ ପାଇଁ ମନ୍ତ୍ରୀ କହିବାର ୨୪ ଘଂଟା ଭିତରେ ବେଆଇନ ମଦ କାରଖାନା ଉପରେ ବୁଲିଛି ବୁଲଡୋଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe