କନକ ବ୍ୟୁରୋ: ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବିସ୍ଫୋରକ ବୟାନ । ବିଜେଡି ଛାଡ଼ ବିଜେପିରେ ଯୋଗ ଦେଇଥିବା ୧୪ ବିଧାୟକ ବିଜେଡି ଯୋଗାଯୋଗରେ ଥିବା କହିଛନ୍ତି ମୁନ୍ନା ଖାନ । ସାଂସଦଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ନିଜ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଯାଇ ମୁନା ଖାନ କହିଛନ୍ତି, ବିଜେଡି ଖୁବ କମ୍ ଦିନ ଭିତରେ କ୍ଷମତାକୁ ଫେରିବ । ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ । ବିଜେପି ଟିକେଟ୍ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କରେ ଅଛନ୍ତି, ଯାହା ବିଜେଡି କ୍ଷମତାକୁ ଫେରିବାକୁ ରାସ୍ତା ଖୋଲୁଛି । ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିବାରେ ବିଫଳ ହୋଇଛି । ତେଣୁ ଆଜି ଯଦି ନିର୍ବାଚନ ହେବ, ତେବେ ବିଜେଡିକୁ ୧୦୦ ସିଟ୍ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି ବୋଲି କହିଛନ୍ତି ମୁନ୍ନା ଖାନ।
ବିଜେଡି ସାଂସଦ ମୁନ୍ନା ଖାନଙ୍କ ବିସ୍ଫୋରକ ବୟାନ: କହିଲେ, ଯୋଗାଯୋଗରେ ବିଜେଡି ଛାଡ଼ି ବିଜେପି ଟିକେଟରୁ ଜିତିଥିବା ୧୪ ବିଧାୟକ
ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ବିସ୍ଫୋରକ ବୟାନ । ବିଜେଡି ଛାଡ଼ ବିଜେପିରେ ଯୋଗ ଦେଇଥିବା ୧୪ ବିଧାୟକ ବିଜେଡି ଯୋଗାଯୋଗରେ ଥିବା କହିଛନ୍ତି ମୁନ୍ନା ଖାନ । ସାଂସଦଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ।