କନକ ବ୍ୟୁରୋ : ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ବିସ୍ଫୋରକ ବୟାନ । ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ । ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କ’ଣ ହେବ କେହି କହିପାରିବେ ନାହିଁ । ସାଧାରଣରେ ଚର୍ଚ୍ଚା ପାର୍ଟି ଫଣ୍ଡ ପାଇଁ ନବୀନଙ୍କ ଜୀବନ ବି ଯାଇପାରେ । କାଳେ କିଏ ନବୀନଙ୍କ କ୍ଲୋଜ ହେଇଯିବ ସେଥିପାଇଁ କାହାକୁ ନବୀନଙ୍କ ପାଖ ମଡ଼େଇ ଦେଉନାହାନ୍ତି ପାଣ୍ଡିଆନ । ସେଥିପାଇଁ ଯେଉଁମାନେ ନବୀନଙ୍କ ସହ ଥିଲେ ତାଙ୍କୁ ନବୀନ ନିବାସଠୁ ଦୂରେଇ ରଖିଛନ୍ତି ପାଣ୍ଡିଆନ । ଯେଉଁଠି ରାଜ୍ୟବାସୀ କି ବିଜେଡିର କେହି ନେତା ପାଣ୍ଡିଆନଙ୍କୁ ଗ୍ରହଣ କରୁ ନାହାନ୍ତି ସେଠି ପାଣ୍ଡିଆନ ନବୀନଙ୍କୁ ଜବରଦସ୍ତି ଭିଡ଼ି ଧରି ରଖିବା ପଛରେ ସ୍ୱାର୍ଥ କ’ଣ ତାହା ଜଣା ପଡ଼ିଯାଇଛି । ବିଜେଡି ପାଣ୍ଠିରେ ହଜାରେ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ନବୀନ ଯଦି ପାଣ୍ଡିଆନ ଦମ୍ପତିଙ୍କୁ ଦାୟିତ୍ବ ଦେଇଦେବେ ତେବେ ସେମାନେ ସେ ଟଙ୍କାର ମାଲିକ ହୋଇଯିବେ । ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ଏଣ୍ଟ୍ରି ପାଇଁ ଯୋଜନା କରୁଛନ୍ତି ପାଣ୍ଡିଆନ ଦମ୍ପତି । ରାଜା ସ୍ୱାଇଁ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ ଏଭଳି ବ୍ୟବହାର କରିବା କେହି ହଜମ କରି ପାରୁନାହାନ୍ତି । ଆମେ ଶୁଣୁଛୁ ନବୀନ ପଟ୍ଟନାୟକଙ୍କ ଭାଇ ଆସିଥିଲେ କାଳେ ପାଣ୍ଡିଆନକୁ ଗାଳି କରି ଯାଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଦଳରେ ଯାହା ହେବ ଆମେ ବୁଝିବୁ । ତୁମେ କିଏ ବୋଲି ପ୍ରେମ୍ ପଟ୍ଟନାୟକ କହିଥିବା କହିଛନ୍ତି ସରୋଜ ପାଢ଼ୀ ।
ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ବିସ୍ଫୋରକ ବୟାନ : କହିଲେ , ହଜାରେ କୋଟି ପାଇଁ ଯାଇପାରେ ନବୀନଙ୍କ ଜୀବନ
ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ । ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କ’ଣ ହେବ କେହି କହିପାରିବେ ନାହିଁ ।
/kanak/media/media_files/2025/08/25/naveen-2025-08-25-16-14-05.jpg)