କନକ ବ୍ୟୁରୋ: ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଏସ୍ଆଇଟି ହାତରେ ଲାଗିଛି ବଡ଼ ସୂଚନା । ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା ବେଳେ ବଡ଼ ତଥ୍ୟ ଲାଗିଥିବା କୁହାଯାଉଛି । ଗତକାଲି ରାତି ୧୨ଟା ଯାଏଁ ଉଭୟ ପତୀ-ପତ୍ନୀଙ୍କୁ ଝାଳବୁହା ଜେରା କରାଯାଇଛି । ସ୍ବାମୀ-ସ୍ତ୍ରୀଙ୍କୁ ଜେରା ବେଳେ ୩୪ଟି ପ୍ରଶ୍ନ ପଚରାଯାଇଥିବା କୁହାଯାଉଛି ।
ଏସ୍ଆଇଟି ଜେରା ବେଳେ ଅଧିକାଂଶ ସମୟରେ ଚୁପ୍ ରହିଥିଲେ ନିକିତା । ସେହିପରି ଶ୍ରବଣ ମଧ୍ୟ ଦୁଇ ଥର ପାଣି ମାଗିବା ସହ ଜଣେ ବାଥ୍ରୁମ୍ ଯାଇଥିବା ଜଣାପଡ଼ିଛି । କେବେଠାରୁ ଦୁଇ ଜଣ ବିସ୍ଫୋରକ ସାମଗ୍ରୀ କାରବାର କରୁଥିଲେ । ଏମାନଙ୍କ ଲିଙ୍କ ଆଉ କାହା ସହ ରହିଛି । ଏନେଇ ଉଭୟ ଏସ୍ଆଇଟି ଅଧିକାରୀ ଓ ପୁଲିସ ପ୍ରଶ୍ନ କରିଥିଲେ । ଏହା ସହିତ ଶ୍ରବଣଙ୍କ ନକ୍ସଲ ଲିଙ୍କ୍ ରହିଛି କି ନାହିଁ ଜେରା କରିଥିଲେ ଅଧିକାରୀ । ସେପଟେ ଦୁଇ ଦିନିଆ ରିମାଣ୍ଡରେ ଥିବା ଶ୍ରବଣ ଅଗ୍ରୱାଲଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଆଜି ତାଙ୍କୁ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/07/6PxORWkzUAP6MX7tRZx7.jpg)