କନକ ବ୍ୟୁରୋ: ସୁନ୍ଦରଗଡ଼ରୁ ବିସ୍ଫୋରକ ଲୁଟ୍ ଘଟଣାର ପର୍ଦ୍ଦାଫାସ । ଘଟଣାରେ ସଂପୃକ୍ତ ମାଷ୍ଟର ମାଇଣ୍ଡକୁ ଧରିଛି ଏସଆଇଟି । ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳର ଜର୍ଜ ମୁଣ୍ଡାଙ୍କୁ ଗିରଫ କରିଛି ଏସଆଇଟି । ଗିରଫ ଅଭିଯୁକ୍ତ ହିଁ ବାଙ୍କୋ ଅଞ୍ଚଳର ପଥର ଖଣିକୁ ବିରୋଧ କରୁଥିଲା ଓ ବିସ୍ଫୋରକ ଭର୍ତ୍ତି ଭ୍ୟାନକୁ ଲୁଟ୍ କରିବା ପାଇଁ ନକ୍ସଲଙ୍କ ସହ ରଚିଥିଲା ବ୍ଲୁ ପ୍ରିଣ୍ଟ । ଗତ ମେ’ ୨୭ ତାରିଖ ଦିନ ସୁନ୍ଦରଗଡ଼ ଇତମା ବାରୁଦ ଗୋଦାମରୁ ବାଙ୍କୋ ପଥର ଖଣି ଅଞ୍ଚଳକୁ ଆସିବାର ଥିଲା ବିସ୍ଫୋରକ ଭର୍ତ୍ତି ଭ୍ୟାନ । ଏହି ସୂଚନା ନକ୍ସଲଙ୍କୁ ଦେଇଥିଲେ ଗିରଫ ଅଭିଯୁକ୍ତ । ଏସଆଇଟି ବାଙ୍କୋ ଅଞ୍ଚଳକୁ ଯାଇ ବିଭିନ୍ନ ଲୋକଙ୍କୁ ପଚରାଉଚୁରା କରିଥିଲା । ଏପରିକି ଫରେନ୍ସିକ ଟେଷ୍ଟ, ମୋବାଇଲ ଡାଟାକୁ ଛାନ୍ ଭିନ୍ ପରେ ଏସଆଇଟି ସ୍କାନରକୁ ଆସିଥିଲେ ଅଭିଯୁକ୍ତ । ତଦନ୍ତ ବେଳେ ଏସଆଇଟି ହାତରେ ଲାଗିଥିଲା ସାଂଘାତିକ ପ୍ରମାଣ ।
ଏଥିସହ ଲୁଟ ହେଉଥିବା ୨୦୦ ପ୍ୟାକେଟ CDET ବ୍ରାଣ୍ଡର ବିସ୍ଫୋରକରୁ ଆଉ ୩ହଜାର ୮୦୦ କେଜି ବିସ୍ଫୋରକ ଓଡ଼ିଶା-ଝାଡ଼ଖଣ୍ଡ ସୀମାରୁ ଜବତ ହୋଇଛି । ସୂଚନା ଅନୁସାରେ, ଗତ ମେ’ ୨୭ ତାରିଖରେ କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ନିକଟରୁ ୫ହଜାର ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା । ବିସ୍ଫୋରକ ଲୁଟ୍କୁ ଜବତ ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶା ସୁରକ୍ଷା ବାହିନୀର ଆରମ୍ଭ ହୋଇଥଲା ଅପରେସନ । ଅପରେସନ ସମୟରେ ପାଖାପାଖି ୪ଟନ୍ ବିସ୍ପୋରକ ସାମଗ୍ରୀ ଜବତ କରିସାରିଛି ସୁରକ୍ଷା ବାହିନୀ ।