କନକ ବ୍ୟୁରୋ : ବାଣ ବିସ୍ପୋରଣରେ ଉଡ଼ିଗଲା ଘର । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ତରବାଲୋ ଗାଁରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବାବେଳେ ବିସ୍ପୋରଣ ହେବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ବାଣ ବିସ୍ପୋରଣରେ ତାଙ୍କର ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ବାଣ ପ୍ରସ୍ତୁତ କରୁଥିବା ଧନେଶ୍ୱର ଦଳେଇ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ଦେହର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି।