ବେଆଇନ୍ ବାଣ ଭିଡୁଥିବାବେଳେ ବିସ୍ଫୋରଣ : ବିସ୍ପୋରଣରେ ଦମ୍ପତି ଗୁରୁତର

Advertisment

ବେଆଇନ୍ ବାଣ ଭିଡୁଥିବାବେଳେ ବିସ୍ଫୋରଣ। ସ୍ୱାମୀ, ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।  ଖୋର୍ଦ୍ଧା ବେଗୁନିଆରୁ ଆସିଲା ଅଭାବନୀୟ ଦୃଶ୍ୟ  ।

ବେଆଇନ୍ ବାଣ ଭିଡୁଥିବାବେଳେ ବିସ୍ଫୋରଣ। ସ୍ୱାମୀ, ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।  ଖୋର୍ଦ୍ଧା ବେଗୁନିଆରୁ ଆସିଲା ଅଭାବନୀୟ ଦୃଶ୍ୟ  ।

594

Photograph: (kanak news)

କନକବ୍ୟୁରୋ : ବେଆଇନ୍ ବାଣ ଭିଡୁଥିବାବେଳେ ବିସ୍ଫୋରଣ। ସ୍ୱାମୀ, ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।  ଖୋର୍ଦ୍ଧା ବେଗୁନିଆରୁ ଆସିଲା ଅଭାବନୀୟ ଦୃଶ୍ୟ  । ପ୍ରଚଣ୍ଡ ଶବ୍ଦରେ ଥରିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଚାଂୟତର ଦେଉଳି ଗାଁ ।  ଗାଁରେ ବାଣ ଭିଡିବାବେଳେ ଘଟିଲା ବିସ୍ପୋରଣ । ବିସ୍ପୋରଣ ଏତେ ପ୍ରଚଣ୍ଡ ଯେ, ଦୁଇ ବଖରା ଘରର ଆଜବେଷ୍ଟସ ଉଡି ଯାଇଛି । ଏଥିରେ ଦମ୍ପତି ଗୁରୁତର ହୋଇଛନ୍ତି ।  ଦେଉଳି ବଡ଼ସାହିର ଅଶୋକ କୁମାର ମଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା ।  ବିସ୍ପୋରଣରେ ବାଣ ବେପାରୀ ଅଶୋକ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି  । 

ଅଶୋକ ପୂର୍ବରୁ ବେଆଇନ ବାଣ କାରବାରରେ ଗିରଫ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।  ଦୁଇ ଗୁରୁତରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବେଗୁନିଆ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe