କନକବ୍ୟୁରୋ : ବେଆଇନ୍ ବାଣ ଭିଡୁଥିବାବେଳେ ବିସ୍ଫୋରଣ। ସ୍ୱାମୀ, ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଖୋର୍ଦ୍ଧା ବେଗୁନିଆରୁ ଆସିଲା ଅଭାବନୀୟ ଦୃଶ୍ୟ । ପ୍ରଚଣ୍ଡ ଶବ୍ଦରେ ଥରିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଚାଂୟତର ଦେଉଳି ଗାଁ । ଗାଁରେ ବାଣ ଭିଡିବାବେଳେ ଘଟିଲା ବିସ୍ପୋରଣ । ବିସ୍ପୋରଣ ଏତେ ପ୍ରଚଣ୍ଡ ଯେ, ଦୁଇ ବଖରା ଘରର ଆଜବେଷ୍ଟସ ଉଡି ଯାଇଛି । ଏଥିରେ ଦମ୍ପତି ଗୁରୁତର ହୋଇଛନ୍ତି । ଦେଉଳି ବଡ଼ସାହିର ଅଶୋକ କୁମାର ମଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ବାଣ ବେପାରୀ ଅଶୋକ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ଅଶୋକ ପୂର୍ବରୁ ବେଆଇନ ବାଣ କାରବାରରେ ଗିରଫ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଦୁଇ ଗୁରୁତରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବେଗୁନିଆ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।