Explosion Near Delhi’s Red For Photograph: (kanak news)
କନକ ବ୍ୟୁରୋ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ବଡ଼ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ପାର୍କିଂରେ ଛିଡା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ପାର୍କିଂରେ ଛିଡା ହୋଇଥିବା ଅନ୍ୟ ଅନେକ ଗାଡ଼ି ଜଳି ଯାଇଛି । ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ହଞ୍ଚିଥିଲା । ବିସ୍ଫୋରଣ କେମିତି ହେଲା ଏନେଇ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ କରାଯାଉଛି । ପୁଲିସ ପୂରା ଅଞ୍ଚଳକୁ ସିଲ୍ କରି ତନାଘନା କରୁଛି । ଆଖପାଖ ଅଞ୍ଚଳର ସିସି ଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଏହାସହ ଫୋରେନସିକ୍ ଦଳ ମଧ୍ୟ ପହଞ୍ଚୁଛି ।
ଏହି ଖବର ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ପାଇଁ https://kanaknews.com/news ସହିତ ଜଡିତ ରୁହନ୍ତୁ ...
Follow Us