ପ୍ରତିଟି ରୋଷେଇ ଘରର ଆନ୍ ବାନ୍ ଶାନ୍ କହିଲେ ପ୍ରେସର୍ କୁକର୍ । ଖାଦ୍ୟକୁ ମାତ୍ର ୨ ରୁ ୩ ଟି ସିଟିରେ ପ୍ରସ୍ତୁତ କରିବା ସହ ଗ୍ୟାସ୍ ବଞ୍ଚାଇବାରେ ଧୁରନ୍ଧର କୁକର୍ ପ୍ରାୟ ସମସ୍ତେ ବ୍ୟବହାର କରନ୍ତି । କିନ୍ତୁ ପ୍ରେସର୍ କୁକର୍ ବ୍ୟବହାର ବେଳେ ଉଣାଅଧିକ ଅସାବଧାନତା ହେଲେ ଜୀବନ ଚାଲିଯିବାର ବି ଭୟ ଥାଏ ଆଜ୍ଞା । ଏମିତି ଅନେକ ଖବର ଆପଣଙ୍କ ନଜରକୁ ଆସିଥିବ ଯେଉଁଠି ପ୍ରେସର୍ କୁକର୍ ଫାଟିବା ଯୋଗୁଁ କାହାର ଜୀବନ ଚାଲିଯାଇଥିବ । ତେଣୁ କୁକର୍ ବ୍ୟବହାର କଲା ବେଳେ ସାବଧାନତା ପ୍ରତି ଧ୍ୟାନ ରଖନ୍ତୁ । କୁକର୍ ରେ ଖାଦ୍ୟ ପ୍ରସ୍ତୁତ କଲାବେଳେ ଏହାକୁ ସଂପୂର୍ଣ୍ଣ ଭର୍ତ୍ତି କରନ୍ତୁ ନାହିଁ ଏବଂ ପାଣିର ମାତ୍ରା ଠିକ୍ ରଖନ୍ତୁ । ତେବେ କୁକର୍ ବ୍ୟବହାର ବେଳେ ସାମାନ୍ୟ ସେଫ୍ଟିକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତ କରନ୍ତୁ ଫାଟିବାର ଭୟ ରହିବ ନାହିଁ ।   

Advertisment

cooker

ଚାଉଳ , ପାସ୍ତା କିମ୍ବା ଡାଲି ଭଳି ଖାଦ୍ୟପଦାର୍ଥକୁ କୁକରରେ ଅଧାରୁ ଅଧିକ ନ ପକାନ୍ତୁ । ଏହି ଖାଦ୍ୟପଦାର୍ଥ ଅଧିକ ଭର୍ତ୍ତି କଲେ ପ୍ରେସର୍ ବଢିଥାଏ । କୁକର୍ କୁ ଯଥାସମ୍ଭବ ମିଡିୟମ୍ ଫ୍ଲେମ୍ ରେ ହିଁ ରଖି ରୋଷେଇ କରନ୍ତୁ । ଏହାର ରବର ରିଙ୍ଗ୍ ଖରାପ ହେଲେ ତୁରନ୍ତ ବଦଳାନ୍ତୁ । କାରଣ ଖରାପ ରବର୍ ଭଲରେ ପ୍ରେସର୍ ପକାଇପାରିବ ନାହିଁ । କୁକରକୁ ସଫା କଲାବେଳେ ଏହାର ସିଟି ଏବଂ ଅନ୍ୟ ଅଂଶକୁ ବ୍ରଶ୍ ରେ ଭଲରେ ମାଜି ସଫା କରନ୍ତୁ । କୁକର୍ ସିଟିରେ ଖାଦ୍ୟ ଫସିଥିଲେ ଏହାକୁ ପାଣିରେ ଭଲରେ ଭିଜାଇ ପରେ ସଫା କରନ୍ତୁ । 

pressure

କୁକରର ଢାଙ୍କୁଣି ବନ୍ଦ କରିବା ପୂର୍ବରୁ ଥରେ ଚେକ୍ କରିନେବେ ଯେ ଢାଙ୍କୁଣି ଭଲଭାବରେ କୁକରକୁ ଢାଙ୍କିଛି ତ .. ଯଦି ଭୁଲ୍ ଭାବରେ ଢାଙ୍କୁଣି କଭର୍ କରିଥିବେ ତାହେଲେ ପ୍ରେସର୍ ଲିକେଜ୍ ହେବାର ଭୟ ଥାଏ । ଏହାଛଡ଼ା କୁକର୍ ରେ ଅତ୍ୟଧିକ ତେଲ ଏବଂ ମସଲା ପକାଇବା ଦ୍ବାରା ବ୍ଲକେଜ୍ ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ କୁକରରେ ପାଣିର ମାତ୍ରା ସବୁବେଳେ ସମାନ ରଖନ୍ତୁ । ଅଧାରୁ ଅଧିକ ପାଣି କିମ୍ବା ଅଧାରୁ କମ୍ ପାଣି କୁକରରେ ଦେବା ବିପଦକୁ ଡାକିବା ସଙ୍ଗେ ସମାନ । ପାଣି କମ୍ ହେବା ଦ୍ବାରା ବାମ୍ପ ଅଧିକ ହେବ , ଯାହାଦ୍ବାରା କୁକର୍ ଫାଟିବାର ବିପଦ ବି ବଢିବ । 

dsferf

ଯଦି କୁକର୍ ଫାଟିବାର ପରିସ୍ଥିତି ଉପୁଜେ ତାହେଲେ ତୁରନ୍ତ ଗ୍ୟାସ୍ ବନ୍ଦ କରନ୍ତୁ ଏବଂ ରୋଷେଇ ଘରୁ ଦୂରେଇ ଯାଆନ୍ତୁ । ଅସ୍ତବ୍ୟସ୍ତ ହୋଇ କୁକରକୁ ଛୁଇଁବାର ଭୁଲ୍ ଆଦୌ କରନ୍ତୁ ନାହିଁ । କୁକର୍ ର ବ୍ୟବହାର କରିବା ସମୟରେ ଏହାର ନିର୍ଦ୍ଦେଶକୁ ପାଳନ କରନ୍ତୁ ଏବଂ ନିୟମିତ ଯାଞ୍ଚ୍ କରିବାକୁ ଯଥାସମ୍ଭବ ପ୍ରୟାସ କରନ୍ତୁ । ଏହା ନା କେବଳ କୁକର୍ ର ବୟସ ବଢାଇବ ଆପଣଙ୍କ ପରିବାରର ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବ ।