କନକବ୍ୟୁରୋ : ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ପାଡୁ ନିକଟ ମେଲିଆପୁଟି ମଣ୍ଡଳର ଗଙ୍ଗାରାଜୁପୁରମ ରାଜଯୋଗ ଗ୍ରାନାଇଟି ଖଣିରେ ଆଜି ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଅନ୍ୟ ୩ଜଣ ଗୁରୁତର ଅଛନ୍ତି ଶ୍ରମିକମାନେ କୁଆଁରିରେ କାମ କରୁଥିବା ବେଳେ ବିସ୍ଫୋରଣ ଘଟିଛି । ମୃତକମାନେ ହେଲେ ରାଜସ୍ଥାନର ହେମରାଜ ମେଘୱାଲ (୨୫), ବିହାରର ଶ୍ରବଣ କୁମାର (୪୫) ଓ ମଧ୍ୟପ୍ରଦେଶର ପିଣ୍ଟୁ । ୩ ଗୁରୁତର ଶ୍ରମିକଙ୍କର ପରିଚୟ ମିଳିନାହିଁ ।
ଆଜି ଅପରାହ୍ନ ୪ରେ ପଥର କୁଆଁରିରେ ବିସ୍ଫୋରଣ ପାଇଁ ସବୁ ସରଞ୍ଜାମ ଯୋଗାଡ କରି ରଖିଥିବା ବେଳେ ହଠାତ ବର୍ଷା ଆସିଥିଲା। ଫଳରେ ଶ୍ରମିକମାନେ ଜିନିଷପତ୍ର ଏଣେତେଣେ ରଖି ସେଠାରୁ ଚାଲି ଯାଇଥିଲେ । କିନ୍ତୁ ସେହି ସମୟରେ ବଜ୍ରାଘାତ ହେବାରୁ ବିସ୍ଫୋରଣ ହୋଇ ଦୁର୍ଘଟଣା ଘଟି ଥିବା କୁହାଯାଉଛି।
ତେବେ ଅସାବଧନତା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରଯାଉଛି । ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଶ୍ରମିକମାନଙ୍କର ଶରୀରର ଅଧିକାଂଶ ଅଂଶ ଖଣ୍ଡ ବିହାଣ୍ଡିତ ହେବ ସହ ଜଳି ଯାଇଛି। ଖବର ପାଇ ଆନ୍ଧ୍ରପ୍ରଦେଶର ମିଳିଆପୁଟି ପୁଲିସ, ପୁରୁଣାପାଟଣା ତହସିଲଦାର ଓ ଅଗ୍ନିଶମ କର୍ମଚାରୀ ଘଟଣା ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।