କୋଇଲା ଖଣିରେ ବିସ୍ଫୋରଣ, ୧୦ ଶ୍ରମିକ ମୃତ, ଏବେବି ଫସିଛନ୍ତି ଅନେକ

Advertisment

ଗୁରୁବାର ଦିନ ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାର ମାଇନସିଙ୍ଘାଟ-ଥାଙ୍ଗସ୍କୋ ଅଞ୍ଚଳରେ ଏକ ବେଆଇନ କୋଇଲା ଖଣିରେ ଡାଇନାମାଇଟ୍ ବିସ୍ଫୋରଣ କାରଣରୁ ଏହି ଅଘଟଣ ଘଟିଛି ।

ଗୁରୁବାର ଦିନ ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାର ମାଇନସିଙ୍ଘାଟ-ଥାଙ୍ଗସ୍କୋ ଅଞ୍ଚଳରେ ଏକ ବେଆଇନ କୋଇଲା ଖଣିରେ ଡାଇନାମାଇଟ୍ ବିସ୍ଫୋରଣ କାରଣରୁ ଏହି ଅଘଟଣ ଘଟିଛି ।

10 workers dead

10 workers dead Photograph: (Kanak news)

କନକ ବ୍ୟୁରୋ : ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରୁ ଆସିଲା ବଡ଼ ଅଘଟଣର ଖବର। ଏକ କୋଇଲା ଖଣି ବିସ୍ଫୋରଣରେ ଦଶ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାର ମାଇନସିଙ୍ଘାଟ-ଥାଙ୍ଗସ୍କୋ ଅଞ୍ଚଳରେ ଏକ ବେଆଇନ କୋଇଲା ଖଣିରେ ଡାଇନାମାଇଟ୍ ବିସ୍ଫୋରଣ କାରଣରୁ ଏହି ଅଘଟଣ ଘଟିଛି ।ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଡିସେମ୍ବର ୨୩, ୨୦୨୫ରେ ଥାଙ୍ଗସ୍କୋ ଅଞ୍ଚଳରେ ସମାନ ଢଙ୍ଗରେ ଡାଇନାମାଇଟ୍ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଦୁଇଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ, ଆହତମାନଙ୍କୁ ଶିଲଂକୁ ପଠାଯାଇଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏସଡିଆରଏଫ୍) ଓ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଘଟଣାସ୍ଥଳରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ପରେ ବେଆଇନ ଖଣି ଖନନ ହେଉଥିବା ପାହାଡ଼ ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଥିଲା, ତେଣୁ ଏହି ପାହାଡ଼ ତଳେ ଏବେ ବି କିଛି ଶ୍ରମିକ ଫସି ରହିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ---୧୪୦ କୋଟି ଭାରତୀୟ ଆମର ପ୍ରାଥମିକତା: ବିଦେଶ ମନ୍ତ୍ରାଳୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe