ବାଣ ଫୁଟି ଗଲା ୪ ଜୀବନ ; ୧୦ରୁ ଅଧିକ ଗୁରୁତର

ଉତ୍ତରପ୍ରଦେଶ ଫିରୋଜାବାଦରେ ବାଣ ଗୋଦାମରେ ଦୁର୍ଘଟଣା;  କାରଖାନରେ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ  । ୪ ମୃତ, ୧୦ରୁ ଅଧିକ ଗୁରୁତର  ।

explosion-in-a-firecracker-factory-in-firozabad

କନକ ବ୍ୟୁରୋ: ବଡ଼ ଧରଣର ବିସ୍ଫୋରଣରେ ଥରିଲା ଉତ୍ତରପ୍ରଦେଶର ଫିରୋଜାବାଦ। ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ଭୁଶୁଡିଲା କୋଠା। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। 

ସୋମବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏକ କିଲୋମିଟର ପର୍ୟ୍ୟନ୍ତ ଶବ୍ଦ ଶୁଣାଯାଇଥିଲା। ଏହି ବିସ୍ଫୋରଣ ଘଟିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି। ବିସ୍ଫୋରଣ ଘଟିଥିବା ବାଣ କାରଖାନା ବେଆଇନ ଭାବେ ଚାଲିଥିଲା କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ। ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧର ଶିକାର ହୋଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe