ପେଜର ପରେ ୱାକି ଟକିରେ ବିସ୍ଫୋରଣ । ୨୦ ଲୋକ ମୃତ, ୪୫୦ରୁ ଅଧିକ ଆହତ

Advertisment

ଲଗାତାର ବିସ୍ଫୋରଣରେ ଦୋହଲିଛି ଲେବାନନ। ମଙ୍ଗଳବାର ପେଜରରେ ବିସ୍ଫୋରଣ ହୋଇଥିବା ବେଳେ ବୁଧବାର ସମସ୍ତ ବୈଦ୍ୟୁତିକ ଉପକରଣରେ ବିସ୍ଫୋରଣ ହୋଇଛି । ଯେଉଁଥିରେ ଲାପଟପ, ୱାକି ଟକି, ମୋବାଇଲ ଆଦି ସାମିଲ ରହିଛି ।

ଲଗାତାର ବିସ୍ଫୋରଣରେ ଦୋହଲିଛି ଲେବାନନ। ମଙ୍ଗଳବାର ପେଜରରେ ବିସ୍ଫୋରଣ ହୋଇଥିବା ବେଳେ ବୁଧବାର ସମସ୍ତ ବୈଦ୍ୟୁତିକ ଉପକରଣରେ ବିସ୍ଫୋରଣ ହୋଇଛି । ଯେଉଁଥିରେ ଲାପଟପ, ୱାକି ଟକି, ମୋବାଇଲ ଆଦି ସାମିଲ ରହିଛି ।

Walkitalki

କନକ ବ୍ୟୁରୋ : ଲଗାତାର ବିସ୍ଫୋରଣରେ ଦୋହଲିଛି ଲେବାନନ। ମଙ୍ଗଳବାର ପେଜରରେ ବିସ୍ଫୋରଣ ହୋଇଥିବା ବେଳେ ବୁଧବାର ସମସ୍ତ ବୈଦ୍ୟୁତିକ ଉପକରଣରେ ବିସ୍ଫୋରଣ ହୋଇଛି । ଯେଉଁଥିରେ ଲାପଟପ, ୱାକି ଟକି, ମୋବାଇଲ ଆଦି ସାମିଲ ରହିଛି । ଏହି ବିସ୍ଫୋରଣରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୦ରୁ ଅଧିକ ଆହତ ହୋଇଛନ୍ତି । 

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁୟାୟୀ, ବେରୁତ, ବେକା ଏବଂ ଦକ୍ଷିଣ ଲେବାନନରେ ଏକ ଘଣ୍ଟା ଭିତରେ ଶତାଧିକ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣରେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି । ଏହାସହ କିଛି ବିଲ୍ଡିଂରେ ନିଆଁ ଲାଗିଛି । ସମଗ୍ର ଦକ୍ଷିଣ ଲେବାନନ୍ ଏବଂ ବେରୁତର ଦକ୍ଷିଣ ଉପକଣ୍ଠରେ ଏହି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଏହି ଆକ୍ରମଣ ପଛରେ ଇସ୍ରାଏଲର ହାତ ଥିବା ଲେବାବନ ଦାବି କରିଛି । ଲେବାନନରେ ଯେଉଁ ପେଜରରେ ବିସ୍ଫୋରଣ ହୋଇଛି, ତାକୁ ହଙ୍ଗେରୀର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ସେପଟେ ପେଜର ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ୩ହଜାରରୁ ଅଧିକ ଲୋକେ ଆହତ ହୋଇଛନ୍ତି । ତେବେ କେତେ ପରିମାଣରେ ୱାକି-ଟକି ବିସ୍ଫୋରଣ ଘଟିଥିବା ସ୍ପଷ୍ଟ ହୋଇପାରି ନାହିଁ । ସେହିପରି ସୂଚନା ଆସିଛି ଯେ ପୂର୍ବ ଲେବାନନର କିଛି ସ୍ଥାନରେ ଲ୍ୟାଣ୍ଡଲାଇନ ଟେଲିଫୋନ୍‌ ବିସ୍ଫୋରଣ ମଧ୍ୟ ଘଟିଛି । ସୂଚନା ଅନୁଯାୟୀ, ଯେଉଁ ସମୟରେ ପେଜରଗୁଡ଼ିକୁ କିଣା ଯାଇଥିଲା, ସେହି ସମୟରେ ୱାକି-ଟକିଗୁଡ଼ିକୁ ମଧ୍ୟ କିଣାଯାଇଥିଲା । କାଲି ଘଟିଥିବା ୱାକି-ଟକି ବିସ୍ଫୋରଣ ମଧ୍ୟରୁ ଅତି କମରେ ଗୋଟିଏ ଏକ ଅନ୍ତିମ ସଂସ୍କାର ସ୍ଥଳରେ ଘଟିଥିଲା । ଗତକାଲି ପେଜର ବିସ୍ଫୋରଣରେ ମରିଥିବା କିଛି ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ୱାକି-ଟକି ବିସ୍ଫୋରଣ ହୋଇଥିଲା । ହେଜବୁଲ୍ଲା ପକ୍ଷରୁ ଏହି ଅନ୍ତିମ ସଂସ୍କାର କରାଯାଉଥିଲା ।

‘ମୋସାଦ’ର ବିସ୍ଫୋରକ ଚିପ୍

ଆତଙ୍କୀ ସଂଗଠନ ହିଜବୁଲ୍ଲାକୁ ଟାର୍ଗେଟ୍
ପେଜର ପରେ ୱାକି-ଟକି ବିସ୍ଫୋରଣ
ଜବୁଲ୍ଲାର ବ୍ୟବହାର କରୁଥିବା ୱାକି-ଟକିରେ ବିସ୍ଫୋରଣ ହୋଇଛି
ଲେବାନନର ରାଜଧାନୀ ବେରୁଟ୍‌ ସହିତ ଦକ୍ଷିଣ ଲେବାନନରେ
୯ ମୃତ, ୩୦୦ରୁ ଅଧିକ ଆହତ
ମଙ୍ଗଳବାର ପେଜର ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା
୩୦୦୦ରୁ ଅଧିକ ଆହତ ହୋଇଥିଲେ
ପେଜର ବିସ୍ଫୋରଣରେ ମରିଥିବା ଲୋକଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ
ସୋସିଆଲ ମିଡିଆରେ ଘୁରିବୁଲୁଛି ବିସ୍ଫୋରଣର ଭିଡିଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe