କେମିତି ହୁଅନ୍ତି ମହିଳା ନାଗା ସାଧୁ ? ବସ୍ତ୍ରହୀନ ନା ନିବସ୍ତ୍ର ରୁହନ୍ତି ମହିଳା ନାଗା? କେତେ କଠୋର ମହିଳା ନାଗାଙ୍କ ଜୀବନ?

Advertisment

ଆମେ ପୂର୍ବରୁ ନାଗାସାଧୁଙ୍କ କଠୋର ଜୀବନୀ ସଂପର୍କରେ ଆପଣଙ୍କୁ କିଛି ନା କିଛି ସୂଚନା ଦେଇଆସୁଛୁ। କିନ୍ତୁ ମହିଳା ନାଗାସାଧୁଙ୍କ ଜୀବନୀ ସମ୍ପର୍କରେ ଆମେ କେବେ ପ୍ରାଞ୍ଜଳ ବିସ୍ତାର କରିନାହୁଁ , ତାହେଲେ ଆସନ୍ତୁ ଆଜି ସେ ସମ୍ପର୍କରେ କିଛି ଜାଣିବା । 

ଆମେ ପୂର୍ବରୁ ନାଗାସାଧୁଙ୍କ କଠୋର ଜୀବନୀ ସଂପର୍କରେ ଆପଣଙ୍କୁ କିଛି ନା କିଛି ସୂଚନା ଦେଇଆସୁଛୁ। କିନ୍ତୁ ମହିଳା ନାଗାସାଧୁଙ୍କ ଜୀବନୀ ସମ୍ପର୍କରେ ଆମେ କେବେ ପ୍ରାଞ୍ଜଳ ବିସ୍ତାର କରିନାହୁଁ , ତାହେଲେ ଆସନ୍ତୁ ଆଜି ସେ ସମ୍ପର୍କରେ କିଛି ଜାଣିବା । 

naga lady

ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ୧୪୪ ବର୍ଷ ପରେ ତୀର୍ଥଭୂମି ପ୍ରୟାଗରାଜରେ ମହାକୁମ୍ଭର ଶୁଭଶଙ୍ଖ ବାଜିଛି । ଅମୃତ ସ୍ନାନ ନିମନ୍ତେ ବିଶ୍ବର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ଛୁଟି ଆସିଛନ୍ତି । ସାଧୁସନ୍ଥଙ୍କ ସାହି ଅନ୍ଦାଜ , ବିଦେଶୀଙ୍କ ସନାତନ ଧର୍ମ ପ୍ରତି ଆଗ୍ରହ, ବିଚିତ୍ର ସାଧୁଙ୍କ ବିଚିତ୍ର ବେଶଭୂଷା , ନାଗାସାଧୁ , କିନ୍ନର ଆଦି ଅନେକ ଆଧ୍ୟାତ୍ମିକ ମାର୍ଗର ପଥିକଙ୍କ ଚିତ୍ତାକର୍ଷକ ଜୀବନଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ହାଡ଼ଭଙ୍ଗା ଶୀତକୁ ଖାତିର୍ ନକରି ତ୍ରିବେଣୀ ସଙ୍ଗମରେ ପ୍ରତିଦିନ ପବିତ୍ର ବୁଡ଼ ପକାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।

dfgergter

ଏହାରି ଭିତରେ ଗଣମାଧ୍ୟମରେ ମହାକୁମ୍ଭର ଆକାଶମାର୍ଗରୁ ଦୃଶ୍ୟ ଆସୁଛି । ମହାକୁମ୍ଭର ସେ ଦୃଶ୍ୟ ହିଁ କହୁଛି ଭାରତର ଐତିହ୍ୟ , ଧର୍ମ , ପରମ୍ପରା କେତେ ଯେ ମହାନ୍ ଏବଂ କେତେ ଆଭିଜାତ୍ୟପୂର୍ଣ୍ଣ । ମହାକୁମ୍ଭର ପ୍ରକୃତ ସମ୍ପତ୍ତି କହିଲେ ସାଧୁସନ୍ଥ । ଯେଉଁଥିରେ ସର୍ବାଗ୍ରେ ବୋଧହୁଏ ନାଗାସାଧୁ ରହୁଥିବେ । ଆମେ ପୂର୍ବରୁ ନାଗାସାଧୁଙ୍କ କଠୋର ଜୀବନୀ ସଂପର୍କରେ ଆପଣଙ୍କୁ କିଛି ନା କିଛି ସୂଚନା ଦେଇଆସୁଛୁ। କିନ୍ତୁ ମହିଳା ନାଗାସାଧୁଙ୍କ ଜୀବନୀ ସମ୍ପର୍କରେ ଆମେ କେବେ ପ୍ରାଞ୍ଜଳ ବିସ୍ତାର କରିନାହୁଁ , ତାହେଲେ ଆସନ୍ତୁ ଆଜି ସେ ସମ୍ପର୍କରେ କିଛି ଜାଣିବା । 

hgjgtyj

ନାଗାସାଧୁଙ୍କ ଭିତରେ ଅନେକ ସାଧୁ ବସ୍ତ୍ରଧାରୀ ଏବଂ ଅନେକ ସାଧୁ ଦିଗମ୍ବର ଅର୍ଥାତ୍ ଉଲଗ୍ନ ଅବସ୍ଥାରେ ରୁହନ୍ତି । ଏହିକ୍ରମରେ ମହିଳାମାନେ ଯେତେବେଳେ ସନ୍ନ୍ୟାସର ଦୀକ୍ଷା ନିଅନ୍ତି ସେତେବେଳେ ସେମାନଙ୍କୁ ମଧ୍ୟ ନାଗା ଦୀକ୍ଷା ଦିଆଯାଏ । ଯେଉଁଠାରେ ପୁରୁଷ ବସ୍ତ୍ରତ୍ୟାଗ କରନ୍ତି ସେହିଠାରେ ମହିଳା ସାଧୁଙ୍କ କ୍ଷେତ୍ରରେ ବସ୍ତ୍ର ପରିଧାନ କରିବାର ନିୟମ ରହିଛି। ମହିଳାସାଧୁଙ୍କ କପାଳରେ ତିଳକ ଲଗାଯାଇଥାଏ ଏବଂ ତାଙ୍କୁ ମାତ୍ର ଗୋଟିଏ କପଡ଼ା ପରିଧାନ କରିବାର ଅନୁମତି ଥାଏ , ଯାହାର ରଙ୍ଗ ଗେରୁଆ ହୋଇଥିବା ଆବଶ୍ୟକ ।

fdgedtfwqewqeq

ମହିଳା ନାଗାସାଧୁ ସିଲେଇ ହୋଇନଥିବା କପଡ଼ା ପରିଧାନ କରନ୍ତି , ଯାହାକୁ ଗନ୍ତି କୁହାଯାଏ । ନାଗାସାଧୁ ହେବା ପୂର୍ବରୁ ଜଣେ ମହିଳାଙ୍କୁ ୬ ରୁ ୧୨ ବର୍ଷ ପର୍ୟ୍ୟନ୍ତ ବ୍ରହ୍ମଚର୍ୟ୍ୟ ବ୍ରତ ପାଳନ କରିବାକୁ ପଡ଼ିଥାଏ । ଯେତେବେଳେ ମହିଳା ସାଧୁ ଏଭଳି ବ୍ରତ କରିବାରେ ସଫଳ ହୋଇଯାନ୍ତି ସେତେବେଳେ ନାଗାସାଧୁ ହେବାପାଇଁ ଗୁରୁ ତାଙ୍କୁ ଅନୁମତି ଦିଅନ୍ତି । ମହିଳା ସାଧୁଙ୍କୁ ପ୍ରମାଣିତ କରିବାକୁ ପଡ଼େ ଯେ ସେ ଈଶ୍ବରଙ୍କ ପ୍ରତି ସମ୍ପୁର୍ଣ୍ଣ ରୂପେ ସମର୍ପିତ ଏବଂ ସାଂସାରିକ ମୋହମାୟା ପ୍ରତି ତାଙ୍କର ମୋହ ତ୍ୟାଗ ହୋଇସାରିଛି । ସେମାନେ ଅତୀତକୁ ପଛରେ ଛାଡ଼ି ନିଜ ହାତରେ ନିଜର ପିଣ୍ଡଦାନ କରନ୍ତି । ମହିଳାଙ୍କ  ସନ୍ନ୍ୟାସିନୀ ହେବାର ପ୍ରକ୍ରିୟା ଆଖଡ଼ାର ସର୍ବୋଚ୍ଚ ପଦାଧିକାରୀ ଆଚାର୍ୟ୍ୟ ମହାମଣ୍ଡଳେଶ୍ବରଙ୍କ ଉପରେ ନ୍ୟସ୍ତ ଥାଏ । 

ଭୋରରୁ ନଦୀରେ ସ୍ନାନ କରି ମହିଳା ନାଗା ସାଧୁ ସାଧନାରେ ଲିପ୍ତ ରୁହନ୍ତି । ସକାଳୁ ମହାଦେବଙ୍କ ଆରାଧନା ଏବଂ ଅବଧୁତାନୀ ମା’ ସାରା ଦିନ ଭଗବାନଙ୍କ ନାମଜପ କରନ୍ତି । ସଂନ୍ଧ୍ୟାରେ ଭଗବାନ ଦତ୍ତାତ୍ରେୟଙ୍କ ପୂଜା କରି ଦିନଚର୍ୟ୍ୟା ଶେଷ କରନ୍ତି ମହିଳା ନାଗାସାଧୁ । ବାହାରକୁ ଯେତେ ସହଜ ଦେଖାଯାଏ ଆଭ୍ୟନ୍ତରରେ ସେତେଟା ସହଜ ନୁହେଁ ସାଧ୍ବୀ ଜୀବନ , ନାଗା ସାଧ୍ବୀ ହେବାକୁ ହେଲେ ଯନ୍ତ୍ରଣାର ଜୀବନକୁ ଗଳାର ହାର କରିବାକୁ ପଡ଼େ । 

tgrgrgrg

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe