କନକ ବ୍ୟୁରୋ : ଆତ୍ମହତ୍ୟା ପ୍ରବଣତା ଏକ ସ୍ନାୟୁଗତ ସମସ୍ୟା ମଧ୍ୟ। ସ୍ନାୟୁଗତ ସମସ୍ୟା ଦେଖାଦେଲେ ଜଣେ ବ୍ୟକ୍ତି ବାରମ୍ୱାର ଆତ୍ମହତ୍ୟା ଉଦ୍ୟମ କରିଥାଏ, ମାନସିକ ଚାପ ଓ ସ୍ନାୟୁଗତ ଡିଜ ଅର୍ଡର ଏହାର ଏକ କାରଣ । ନକରାତ୍ମକ ସ୍ଥିତିରେ କିଛି  ଦିନ ରହିବା ଦ୍ଵାରା ଜଣେ ବ୍ୟକ୍ତି ମଧ୍ୟରେ ଏହି ପ୍ରବଣତା ବୃଦ୍ଧି ପାଇଥାଏ । ବେଳ ଥାଉ ଥାଉ ଏହି ଲକ୍ଷଣ ଚିହ୍ନଟ ହେଲେ ଚିକିତ୍ସା ସମ୍ଭବ। ବ୍ରେନ୍ ସିଚୁଏସନ୍ ଟେଷ୍ଟ କରାଯାଇ ଆବଶ୍ୟକ ଚିକିତ୍ସା କରାଯାଏ । ପ୍ରାଥମିକ ସ୍ତରରେ କାଉନସେଲିଂ ମଧ୍ୟ କରାଯାଏ।