କନକ ବ୍ୟୁରୋ: ରିଲ୍ସ କରି ଗଣିଲେ ତଣ୍ଡ । ଖୋର୍ଦ୍ଧା ଆର୍‌ଟିଓ ଦ୍ବାରା ଥାର୍‌ ଗାଡ଼ି ଜବତ । ୧୫ ହଜାର ଟଙ୍କା ଫାଇନ୍ । ରଦ୍ଦ ହେଲା ଆର୍‌ସି ଏବଂ ଡ୍ରାଇଭିଂ ଲାଇସେନ୍ସ । ସେହିପରି ପୁରୀ ଫେଣ୍ଠକଟାରେ ବାଇକ୍‌ରେ ରିଲ୍ସ କରିବା ଅଭିଯୋଗରେ ବାଇକ୍ ଚାଳକଙ୍କୁ ୭ ହଜାର ଟଙ୍କା ଫାଇନ୍ କରାଯାଇଛି । ସଂପୃକ୍ତ ବାଇକ୍‌ ଜବତ କରାଯିବା ସହ ଡିଏଲ୍ ବାତିଲ କରାଯାଇଛି । ସେହିପରି ସମ୍ବଲପୁରରେ ବ୍ଲଗରଙ୍କୁ ୧୧ ହଜାର ହଜାର ଟଙ୍କା ଫାଇନ କରାଯିବା ସହ ଚାରିଚକିଆ ଗାଡ଼ି ଜବତ ହୋଇଛି । ଭୁବନେଶ୍ବର ଇନଫୋସିସ୍ ଥାନା ଅଞ୍ଚଳରେ ବାଇକ୍‌ରେ ଗାର୍ଲଫ୍ରେଣ୍ଡ୍ ସହ ରିଲ୍ସ କରିବା ଅଭିଯୋଗରେ ଗାଡ଼ି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍ ହୋଇଛି । ଗାଡ଼ି ଜବତ ହେବା ସହ ଡିଏଲ୍ ବାତିଲ ହୋଇଛି । ବିପଜ୍ଜନକ ଭାବେ ଗାଡ଼ି ଚଳାଇବା, ରାସ୍ତାରେ ରେସିଂ କରି ଚଳାଇବା ପାଇଁ ଏ କଡ଼ା ଆଭିମୁଖ୍ୟ ନେଇଛି ପରିବହନ ବିଭାଗ ।

Advertisment