କନକବ୍ୟୁରୋ : ମହଙ୍ଗା ପଡିଲା ସାଧା ପୋଷାକରେ ଚଢାଉ । ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ ମାରିଲେ ଲୋକେ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ଗଞ୍ଜେଇ ବେପାରୀଙ୍କୁ ଧରିବାକୁ ଆସି ହଟହଟା ହୋଇଛି କଳାହାଣ୍ଡି ପୁଲିସ । ବାଲିଗୁଡ଼ା ଥାନା ପୁସାଙ୍ଗିଆ ଗ୍ରାମର ଜଣେ ଗଞ୍ଜେଇ ବେପାରୀକୁ ଧରିବାକୁ ଆସିଥିଲେ । ବେପାରୀ ଖସିଯିବା ସହ ପୁଲିସ କୁ ପାନେ ଦେବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ।
ପରେ ଫୋନରେ ସମସ୍ତଙ୍କୁ କାରରେ କିଛି କଳାହାଣ୍ଡି ଲୋକ ଅପହରଣ ତାଙ୍କୁ କରିବାକୁ ଆସିଥିଲେ ସେମାନଙ୍କ ହାବୁଡ଼ରୁ ସେ ଖସି ଆସି ଜଙ୍ଗଲରେ ଅଛି । ସେମାନଙ୍କ ଗାଡିକୁ ଅଟକାଇବାକୁ କହିଥିଲା ବେପାରୀ । ପରେ ଲୋକେ କିଛି ନ ବୁଝି କୃତ୍ତମଗଡ ଟୋଲ ଗେଟ ନିକଟରେ ପୁଲିସ ଅଧିକାରୀ ଯାଉଥିବା କାରକୁ ଅଟକାଇଥିଲେ । ପୁଲିସ ଅଧିକାରୀ ମାନେ ସାଧା ପୋଷାକରେ ଥିବାରୁ ସେମାନଙ୍କ କଥା ଶୁଣିନଥିଲେ ଲୋକେ ।
ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁଲିସ ଅଧିକାରୀ ଜୀବନ ବିକଳରେ ଦୌଡିବାରୁ ଲୋକଙ୍କ ସନ୍ଦେହ ବଢିଥିଲା । ଏହା ପରେ ଲୋକ ରୁଣ୍ଡ ହୋଇଯିବା ସହ ମାଡ ମାରିଥିଲେ । ଏହି ସମୟରେ ଜଣେ ପୁଲିସ ଅଧିକାରୀ ନିଜକୁ ବନ୍ଧୁକକୁ କାଢି ଭୟଭିତ କରିବା ପରେ ଲୋକ ଶାନ୍ତ ହୋଇ ତୁମୁଡ଼ିବନ୍ଧ ପୁଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ପୁଲିସ ପହଞ୍ଚି ସାଧା ପୋଷାକ ରେ ଥିବା ତିନି ପୁଲିସ ଅଧିକାରୀକୁ ମୁକୁଳେଇବା ସହ ଥାନାକୁ ଆଣିଥିଲେ ।