ମହଙ୍ଗା ପଡ଼ିଲା ବାଇକ୍ ଷ୍ଟଣ୍ଟ, ଗାଡ଼ି ମାଲିକଙ୍କ ନାଁରେ ୧୩ହଜାର ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ

Advertisment

ବିନା ହେଲମେଟରେ ବେପରୁଆ ଗାଡ଼ି ଚଳାଇବାର ଦୃଶ୍ୟ ଭାଇରାଲ ପରେ ଆକ୍ସନ

ବିନା ହେଲମେଟରେ ବେପରୁଆ ଗାଡ଼ି ଚଳାଇବାର ଦୃଶ୍ୟ ଭାଇରାଲ ପରେ ଆକ୍ସନ

ମହଙ୍ଗା ପଡ଼ିଲା ବାଇକ୍ ଷ୍ଟଣ୍ଟ

ମହଙ୍ଗା ପଡ଼ିଲା ବାଇକ୍ ଷ୍ଟଣ୍ଟ Photograph: (KanakNews)

କନକ ବ୍ୟୁରୋ :  ମହଙ୍ଗା ପଡ଼ିଲା ବାଇକ୍‌ ଷ୍ଟଣ୍ଟ । ଗାଡି ମାଲିକ ଙ୍କ ନାଁରେ ୧୩,୦୦୦ ଟଙ୍କା ଚାଲାଣ କାଟିଲା ପରିଵହନ ବିଭାଗ । ଆରଟିଓ ପକ୍ଷରୁ ଗାଡି ମାଲିକଙ୍କ ନାଁରେ କଟିଲା ଚାଲାଣ । ଭୂଦାନ ଛକ ଠାରୁ ତାଳବଣିଆ ରାସ୍ତାରେ ଯୁବକ ଜଣକ ସଡ଼କ ସୁରକ୍ଷା ନିୟମ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ବିନା ହେଲମେଟରେ ବେପାରୁଆ ଭାବେ ଦୁଇ ହାତ ଛାଡି ଗାଡି ଚାଳନା ଦୃଶ୍ୟର ରିଲ୍‌ ଭିଡିଓ ଭାଇରାଲ ହୋଇଛି ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ୍ ମୋଡ୍‌ରେ ପୁରୀ ଆରଟିଓ । ଗାଡ଼ି ମାଲିକଙ୍କ ବିରୋଧରେ ୧୩ହଜାର ଟଙ୍କାର ଫାଇନ୍ କରିଛି ବିଭାଗ । ସାମାଜିକ ଗଣ ମାଧ୍ୟମ ଏକ୍ସରେ ପୁରୀ ଆରଟିଓ ତରଫରୁ ସୂଚନା ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe