କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ବାଇକ୍ ଷ୍ଟଣ୍ଟ । ଗାଡି ମାଲିକ ଙ୍କ ନାଁରେ ୧୩,୦୦୦ ଟଙ୍କା ଚାଲାଣ କାଟିଲା ପରିଵହନ ବିଭାଗ । ଆରଟିଓ ପକ୍ଷରୁ ଗାଡି ମାଲିକଙ୍କ ନାଁରେ କଟିଲା ଚାଲାଣ । ଭୂଦାନ ଛକ ଠାରୁ ତାଳବଣିଆ ରାସ୍ତାରେ ଯୁବକ ଜଣକ ସଡ଼କ ସୁରକ୍ଷା ନିୟମ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ବିନା ହେଲମେଟରେ ବେପାରୁଆ ଭାବେ ଦୁଇ ହାତ ଛାଡି ଗାଡି ଚାଳନା ଦୃଶ୍ୟର ରିଲ୍ ଭିଡିଓ ଭାଇରାଲ ହୋଇଛି ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ୍ ମୋଡ୍ରେ ପୁରୀ ଆରଟିଓ । ଗାଡ଼ି ମାଲିକଙ୍କ ବିରୋଧରେ ୧୩ହଜାର ଟଙ୍କାର ଫାଇନ୍ କରିଛି ବିଭାଗ । ସାମାଜିକ ଗଣ ମାଧ୍ୟମ ଏକ୍ସରେ ପୁରୀ ଆରଟିଓ ତରଫରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/08/bike-2025-09-08-16-51-48.jpg)