କନକ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ପଇଡ଼ ଦାମ୍ । ୫୦ ଟଙ୍କା ଉପରେ ଗୋଟିଏ ପଇଡ଼। ହଜାର ହଜାର ନଡ଼ିଆ ଗଛ ଲାଗୁଛି, କିନ୍ତୁ ଖର୍ଚ୍ଚ ଅନୁସାରେ ଆମଦାନୀ ହେଉନି । ଫଳରେ ପଇଡ଼ ଦାମ୍‌ରେ ବ୍ରେକ୍‌ ଲାଗୁନି । 

Advertisment

ସରକାର ନଡ଼ିଆ ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଖର୍ଚ୍ଚ ଅନୁସାରେ ହେଉନି ଆମଦାନୀ । ୫ ବର୍ଷରେ ୭୦ ରୁ ୮୦ ହଜାର ନଡ଼ିଆ ଗଛ ଲଗାଯାଇଛି । ଯତ୍ନ ଖର୍ଚ୍ଚ ମଧ୍ୟ ଦିଆଯାଇଛି। ତଥାପି ବଜାରରେ ଆକାଶ ଛୁଆଁ ପଇଡ଼ ଦର । ଯେଉଁ ପରିମାଣରେ ନଡ଼ିଆ ଗଛ ଲାଗୁଛି, ସେ ଅନୁସାରେ ମାର୍କେଟରେ ପଇଡ଼ ଉପଲବ୍ଧ ହେଉନି, ଫଳରେ ଦର ଚଢ଼ା ରହୁଛି ।

ନଡ଼ିଆ ଗଛ ଲଗାଇ ଚାଷୀଟିଏ ପଇଡ଼, ନଡ଼ିଆ, ନଡ଼ିଆ କତା ଇତ୍ୟାଦି ପାଇଥାଏ । ତେଣୁ ସରକାର ରିହାତି ଦରରେ ଚାଷୀଙ୍କୁ ଗଛ ଯୋଗାଇ ଦେବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ଦେଉଛନ୍ତି । ଏଥିସହ ପ୍ରତିବର୍ଷ କେତେ ଗଛ ଲାଗିବ ସେନେଇ ଟାର୍ଗେଟ୍‌ ରହିଛି । ୨୦୨୫-୨୬ରେ ୭ହଜାର ନଡ଼ିଆ ଗଛ ପାଇଁ ଟାର୍ଗେଟ୍‌ ରହିଛି । ଏଥିପାଇଁ ଖର୍ଚ୍ଚହେବ ୨୮ ଲକ୍ଷ ୩୬ ହଜାର ଟଙ୍କା । ସେହିପରି ୨୦୨୪-୨୫ରେ ୨୫ ହଜାର ନଡ଼ିଆ ଗଛ ରିହାତି ଦରରେ ଦିଆ ଯାଇଥିଲା । ଏଥିପାଇଁ ୫୦ ଲକ୍ଷ ଖର୍ଚ୍ଚ ହୋଇଥିଲା । 

ଏଠାରେ ପ୍ରଶ୍ନ ଉଠୁଛି, ପ୍ରତିବର୍ଷ ହଜାର ହଜାର ନଡ଼ିଆ ଗଛ ଲାଗୁଛି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ତଥାପି କାହିଁକି ବଢ଼ୁଛି ପଇଡ଼ ଦର?