କନକ ବ୍ୟୁରୋ: ରାୟଗଡା ଜିଲ୍ଲାର ବିକ୍ରମପୁର, କାଶୀପୁର ଓ ଦହିଖାଲ ଠାରେ ନିର୍ମାଣ ହୋଇଛି ପଥପ୍ରାନ୍ତ କେନ୍ଦ୍ର । ଗୋଟିଏ ଲେଖାଏଁ ପଥପ୍ରାନ୍ତ କେନ୍ଦ୍ର ପାଇଁ ଖର୍ଚ୍ଚ ହୋଇଛି କୋଟିଏରୁ ଅଧିକ ଟଙ୍କା । କୋଟିକୋଟିର ଖର୍ଚ୍ଚ ପରେ ପଥିକଙ୍କୁ ସେବା ଯୋଗାଉନାହିଁ ଏହି ପ୍ରକଳ୍ପ । ବିକ୍ରମପୁର ଓ କାଶୀପୁର କେନ୍ଦ୍ରଟି ବନ୍ଦ ଅବସ୍ଥାରେ ଥିବା ବେଳେ ଅଢ଼େଇ ବର୍ଷ ହେବ ଉଦ୍‌ଘାଟନ ଅପେକ୍ଷାରେ ଦହିଖାଲ ପଥପ୍ରାନ୍ତ କେନ୍ଦ୍ର । ବ୍ୟବହାର ନହେବାରୁ ଭାଙ୍ଗିରୁଜି ଯିବା ସହ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । 

Advertisment

 ୩ ମାସ ତଳୁ ଦହିଖାଲ ପଥପ୍ରାନ୍ତ ସେବା କେନ୍ଦ୍ରର ପରିଚାଳନା ଦାୟିତ୍ବ ଜାଗୃତି ମହାସଂଘକୁ ଦିଆଯାଇଛି । ହେଲେ ଗାଁ ଠାରୁ ଦୂରରେ କେନ୍ଦ୍ରଟି ଥିବାରୁ ବ୍ୟବସାୟ ନହେବା ଆଶଙ୍କାରେ କେନ୍ଦ୍ର ଆରମ୍ଭ କରିନଥିବା କହିଛନ୍ତି ଫେଡେରେସନ୍‌ ସଦସ୍ୟା । ଅନ୍ୟପଟେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ମୁନିଗୁଡା ସିଡିପିଓ । ପୂର୍ବ ସରକାରରେ ବିକ୍ରମପୁର ଓ କାଶୀପୁର ପଥପ୍ରାନ୍ତ ସେବା କେନ୍ଦ୍ରର ପରିଚାଳନା ଦାୟିତ୍ୱ ଏସ୍‌ଏଚ୍‌ଜିକୁ ଦିଆଯାଇଥିଲା । ସରକାର ବଦଳିବା ପରେ ରକ୍ଷଣାବେକ୍ଷଣ ଅଭାବରୁ କେନ୍ଦ୍ର ୨ଟି ବନ୍ଦ ହୋଇଯାଇଛି ।