କନକ ବ୍ୟୁରୋ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି। ଏହାସହ ୫-ଟି ରୂପାନ୍ତରଣକୁ ନେଇ ଗୃହରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୫ ବର୍ଷ ଧରି ୫-ଟି ରୂପାନ୍ତରଣ ନାଁରେ ଓଡ଼ିଶାରେ ନାଟକ ଚାଲିଥିଲା। ଏବେ ବିଭିନ୍ନ ସ୍ଥାନକୁ ଗଲେ ରୂପାନ୍ତରଣର ରଙ୍ଗ ଦେଖାଯାଉଛି। ଏସବୁ ହିସାବ ନିକାଶ ହେବ, କାହାକୁ ଛଡାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ୟୟ ମଞ୍ଜୁରୀ ବିଲ ପାରିତ ସମୟରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ସହ ପୂର୍ବ ସରକାରର ପୋଲ ଖୋଲିଛନ୍ତି। ରାଜସ୍ବ ବଳକା ରାଜ୍ୟରେ ୫୦ ପ୍ରତିଶତ ପିଲା କାହିଁକି ଦଶମ ଶ୍ରେଣୀରେ ପାଠ ଛାଡୁଥିଲେ? କାଳିଆ ଯୋଜନାରେ ପୂର୍ବ ସରକାର ଚାଷୀଙ୍କୁ ଠକିଥିଲେ। ନିର୍ବାଚନ ବେଳେ ୧୦ ହଜାର ଦେଲେ, କିନ୍ତୁ ନିର୍ବାଚନ ପରେ ୪ ହଜାରକୁ ଖସାଇ ଦେଲେ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଚାଷୀଙ୍କ ଆୟ କାହିଁକି କମ? ଗତ ୫ ବର୍ଷରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ନାଁରେ ଲୋକଙ୍କୁ ମାରି ଦେଉଥିଲେ ତତ୍କାଳୀନ ସରକାର। ସ୍ବାସ୍ଥ୍ୟ ସେବା କେବଳ ଟେଲିଭିଜନ ଓ ବିଜ୍ଞାପନରେ ସୀମିତ ଥିଲା ବୋଲି କହି କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏବେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର।
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ । ୫-ଟିକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Advertisment
Follow Us