କନକବ୍ୟୁରୋ: ପୂର୍ବ ବିଜେଡି ସରକାର ନିର୍ବାଚନ ପୂର୍ବରୁ ନୂଆ-ଓ ଯୋଜନା ଆଣିଥିଲେ। ଏହି ଯୋଜନାରେ ନାଚଗୀତ ଓ କ୍ରିଡ଼ା କାର୍ୟ୍ୟକ୍ରମର ଆୟୋଜନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ତତ୍କାଳୀନ ସରକାର। ଯାହାକୁ ନୂଆ ସରକାର ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି। ବିଜେଡି ବିଧାୟକ ଚକ୍ରମଣୀ କହଁରଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ। ପିଲାଙ୍କୁ ଆର୍ଥିକ ସହାୟତା ଦେବାକୁ, ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟ ନାମକ ଏକ ମୋହନ ସରକାରଙ୍କ ଏହି ନିଷ୍ପତି ଆସିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ନୂଆ-ଓ ଯୋଜନାରେ ୟୁଜି ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବା ପାଇଁ ୫୨୬ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ ନବୀନ ସରକାର। ଏଥିସହ ନାଚଗୀତ ପାଇଁ ସ୍ବତନ୍ତ୍ର ଭାବେ ଅଲଗା ବଜେଟ କରାଯାଇଥିଲା। ଆଉ ସେହି ଟଙ୍କାକୁ ନିର୍ବାଚନ ପୂର୍ବରୁ ପାଣି ଭଳି ଖର୍ଚ୍ଚ କରିଥିଲା ବିଜେଡି ସରକାର।
ବନ୍ଦ ହେବ ନୂଆ ଓ ଯୋଜନା, ଯୋଜନା ପାଇଁ ଚଳିତ ବଜେଟରେ ନାହିଁ ବ୍ୟୟ ବରାଦ । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା
Advertisment
Follow Us