ଖରାପ ରାସ୍ତା ପାଇଁ ଆସିପାରିଲାନି ଆମ୍ବୁଲାନ୍ସ ; ବିଳମ୍ବ ଚିକିତ୍ସା ଯୋଗୁଁ ଚାଲିଗଲା ଗର୍ଭବତୀଙ୍କ ଜୀବନ

ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ । ମୋହନାରେ ଭାରାରେ ୨ କିଲୋମିଟର ବୁହା ହେଲେ ଗର୍ଭବତୀ । ଚିକିତ୍ସାରେ ବିଳମ୍ବ ଯୋଗୁଁ ମୃତ୍ୟୁ ଅଭିଯୋଗ । ଭାରାରେ ଗାଁକୁ ଫେରିଲା ମୃତଦେହ ।

36rasta

କନକ ବ୍ୟୁରୋ: ରାସ୍ତା ନଥିବାରୁ ଠିକ୍‌ ସମୟରେ ମିଳି ପାରିଲାନି ଚିକିତ୍ସା । ଡାକ୍ତରଖାନାରେ ଆଖି ବୁଜିଲେ ଗର୍ଭବତୀ । ଗଜପତି ମୋହନା ବ୍ଲକ ନିର୍ଲଡିକିଆ ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । 

ବଳରାମ ମଲ୍ଲିକଙ୍କ ପତ୍ନୀ ମମତା ୬ ମାସର ଗର୍ଭବତୀ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ପକ୍ଷରୁ ଆମ୍ବୁଲାନ୍ସ ପାଇଁ ଫୋନ କରାଯାଇଥିଲେ ମଧ୍ୟ ଗାଁରୁ ରାସ୍ତା ନଥିବାରୁ ଆସିପାରି ନଥିଲା ଆମ୍ବୁଲାନ୍ସ । ଫଳରେ ମହିଳାଙ୍କୁ ୨ କିମି ଭାରରେ ବୋହି ନେଇଥିଲେ ପରିବାର ଲୋକେ । ମୋହନ ଡାକ୍ତରଖାନାରେ ଚିକିତ୍ସା ପରେ ମହିଳା ଜଣକ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଆଜି ମଧ୍ୟ ସମାନ ଢଙ୍ଗରେ ମହିଳାଙ୍କ ମୃତଦେହକୁ ଭାରରେ ୨ କିଲୋମିଟର ବୋହି ଗାଁକୁ ଆଣିଛନ୍ତି ପରିବାର ଲୋକେ । ଏ ଘଟଣା ରାଜ୍ୟରେ ହୋଇଥିବା ବିକାଶର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି । 

ଖରାପ ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ବହୁବାର ପ୍ରଶାସନକୁ ଜଣାଇ ଥିଲେ ମଦ୍ୟ ଆଜି ଯାଏ ଗାଁକୁ ରାସ୍ତା ନିର୍ମାଣ ହୋଇପାରିନି । ଯେଉଁଥିପାଇଁ ମହିଳାଙ୍କ ସହ ଦୁନିଆ ଦେଖି ନଥିବା ଶିଶୁର ମୃତ୍ୟୁ ହୋଇଥିବା କହିଛନ୍ତି ଗ୍ରାମବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe