EXIT POLL: ଏଥର କିଏ ଧରିବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଙ୍ଗ ? ଜାଣନ୍ତୁ ବୁଥ ବାହୁଡ଼ା ମତ...

Advertisment

ମହାରାଷ୍ଟ୍ରରେ ହାଇଭୋଲଟେଜ୍ ନିର୍ବାଚନ ପରେ ଆସିଲା ବୁଥ ବାହୁଡ଼ା ମତ । ଏକଜିଟ ପୋଲ୍ ମୁତାବକ ବିଜେପି ନେତୃତ୍ବାଧୀନ NDA ପୁଣି ଥରେ ଏଠାରେ ସରକାର ଗଢ଼ିବାକୁ ଯାଉଛି । 

Updated On

ମହାରାଷ୍ଟ୍ରରେ ହାଇଭୋଲଟେଜ୍ ନିର୍ବାଚନ ପରେ ଆସିଲା ବୁଥ ବାହୁଡ଼ା ମତ । ଏକଜିଟ ପୋଲ୍ ମୁତାବକ ବିଜେପି ନେତୃତ୍ବାଧୀନ NDA ପୁଣି ଥରେ ଏଠାରେ ସରକାର ଗଢ଼ିବାକୁ ଯାଉଛି । 

ଅଦ୍ୟତନ ହୋଇଛି
New Project (4)

କନକ ବ୍ୟୁରୋ:  ମହାରାଷ୍ଟ୍ରରେ EVMରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଜି ମତଦାନ ପରେ ଆସିବାରେ ଲାଗିଛି ବୁଥ୍ ବାହୁଡ଼ା ମତ । ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ପଡ଼ିଥିଲା ।  ଏକଜିଟ ପୋଲ୍ ମୁତାବକ ବିଜେପି ନେତୃତ୍ବାଧୀନ NDA ପୁଣି ଥରେ ଏଠାରେ ସରକାର ଗଢ଼ିବାକୁ ଯାଉଛି । ଏକାଧିକ ଏକଜିଟ ପୋଲ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ମୁତାବକ ଏଥର ଇଣ୍ଡି ମେଣ୍ଟ ଉପରେ ବିଶ୍ୱାସ କରି ପାରିନାହାନ୍ତି ଜନତା । ଏଣୁ ବିରୋଧୀ ଆସନରେ ବସିବ ଇଣ୍ଡି ମେଣ୍ଟ । 

 ଜାଣନ୍ତୁ କଣ କହୁଛି ଜନମତ...

P-MARQ

ବିଜେପି+ ୧୩୭-୧୫୭

କଂଗ୍ରେସ+ ୧୨୬-୧୪୬

ଅନ୍ୟାନ୍ୟ ୦୨-୦୮ 

MATRIZE

ବିଜେପି+ ୧୫୦-୧୭୦

କଂଗ୍ରେସ+ ୧୧୦-୧୩୦

ଅନ୍ୟାନ୍ୟ ୦୮-୧୦ 

PEOPLES PULSE

ବିଜେପି+ ୧୮୨

କଂଗ୍ରେସ+ ୯୭

ଅନ୍ୟାନ୍ୟ ୦୯ 

CHANAKYA

ବିଜେପି+ ୧୫୨-୧୬୦

କଂଗ୍ରେସ+ ୧୩୦-୧୩୮

ଅନ୍ୟାନ୍ୟ ୦୬-୦୮ 

POLL DIARY

ଜେପି+ ୧୨୨-୧୮୬

କଂଗ୍ରେସ+ ୬୯-୧୨୧

ଅନ୍ୟାନ୍ୟ ୧୨-୨୯

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ଏକାଧିକ ଏକଜିଟ ପୋଲ୍ ଆକଳନରୁ ସ୍ପଷ୍ଟ ହେଉଛି । କିନ୍ତୁ ଅନେକ ସିଟରେ କଂଗ୍ରେସ ଆକଳନକୁ ଭୁଲ ପ୍ରମାଣିତ କରିପାରେ ବୋଲି ରାଜାନୀତି ସମୀକ୍ଷକ ମତ ଦେଇଛନ୍ତି । ନିର୍ବାଚନ ବୈତରଣୀ ପାର ହେବାକୁ ଉଭୟ ଇଣ୍ଡି ମେଣ୍ଟ ଓ ମହାୟୁତି ଅନେକ ଲୋଭନୀୟ ଯୋଜନା ଘୋଷଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe