କନକ ବ୍ୟୁରୋ: ମହାରାଷ୍ଟ୍ରରେ EVMରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଜି ମତଦାନ ପରେ ଆସିବାରେ ଲାଗିଛି ବୁଥ୍ ବାହୁଡ଼ା ମତ । ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ପଡ଼ିଥିଲା । ଏକଜିଟ ପୋଲ୍ ମୁତାବକ ବିଜେପି ନେତୃତ୍ବାଧୀନ NDA ପୁଣି ଥରେ ଏଠାରେ ସରକାର ଗଢ଼ିବାକୁ ଯାଉଛି । ଏକାଧିକ ଏକଜିଟ ପୋଲ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ମୁତାବକ ଏଥର ଇଣ୍ଡି ମେଣ୍ଟ ଉପରେ ବିଶ୍ୱାସ କରି ପାରିନାହାନ୍ତି ଜନତା । ଏଣୁ ବିରୋଧୀ ଆସନରେ ବସିବ ଇଣ୍ଡି ମେଣ୍ଟ ।
ଜାଣନ୍ତୁ କଣ କହୁଛି ଜନମତ...
#କଣ_କହୁଛି_ଜନତମତ?
— Kanak News (@kanak_news) November 20, 2024
ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ପଡ଼ିଲା ଭୋଟ୍ । ସାମ୍ନାସାମ୍ନି ମହାୟୁତି ଓ ମହାବିକାଶ ଅଘାଡ଼ି ।#ExitPolls #KanakNews #MaharashtraElection2024 #ExitPollsWithKanakNews pic.twitter.com/jEYp1ePE6t
P-MARQ
ବିଜେପି+ ୧୩୭-୧୫୭
କଂଗ୍ରେସ+ ୧୨୬-୧୪୬
ଅନ୍ୟାନ୍ୟ ୦୨-୦୮
MATRIZE
ବିଜେପି+ ୧୫୦-୧୭୦
କଂଗ୍ରେସ+ ୧୧୦-୧୩୦
ଅନ୍ୟାନ୍ୟ ୦୮-୧୦
PEOPLES PULSE
ବିଜେପି+ ୧୮୨
କଂଗ୍ରେସ+ ୯୭
ଅନ୍ୟାନ୍ୟ ୦୯
CHANAKYA
ବିଜେପି+ ୧୫୨-୧୬୦
କଂଗ୍ରେସ+ ୧୩୦-୧୩୮
ଅନ୍ୟାନ୍ୟ ୦୬-୦୮
POLL DIARY
ଜେପି+ ୧୨୨-୧୮୬
କଂଗ୍ରେସ+ ୬୯-୧୨୧
ଅନ୍ୟାନ୍ୟ ୧୨-୨୯
#ପୁଣି_ମହାରାଷ୍ଟ୍ରରେ_ମୋଦୀ_ମ୍ୟାଜିକ୍!
— Kanak News (@kanak_news) November 20, 2024
ଆସିଲା ମହାରାଷ୍ଟ୍ର ଏକଜିଟ୍ ପୋଲ୍ । ବୁଥ୍ ବାହୁଡ଼ା ମତରେ ବିଜେପିକୁ ବହୁମତ, ଦେଖନ୍ତୁ କିଏ ଦେଲା କେତେ ଆସନ ।#ExitPolls #KanakNews #MaharashtraElection2024 #ExitPollsWithKanakNews pic.twitter.com/yAFObFXfef
ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ଏକାଧିକ ଏକଜିଟ ପୋଲ୍ ଆକଳନରୁ ସ୍ପଷ୍ଟ ହେଉଛି । କିନ୍ତୁ ଅନେକ ସିଟରେ କଂଗ୍ରେସ ଆକଳନକୁ ଭୁଲ ପ୍ରମାଣିତ କରିପାରେ ବୋଲି ରାଜାନୀତି ସମୀକ୍ଷକ ମତ ଦେଇଛନ୍ତି । ନିର୍ବାଚନ ବୈତରଣୀ ପାର ହେବାକୁ ଉଭୟ ଇଣ୍ଡି ମେଣ୍ଟ ଓ ମହାୟୁତି ଅନେକ ଲୋଭନୀୟ ଯୋଜନା ଘୋଷଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।