କନକ ବ୍ୟୁରୋ: ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ଜନତା ନିଜ ମତ ସାବ୍ୟସ୍ତ କରି ସାରିଛନ୍ତି । ଏବେ ଖାଲି ରେଜଲ୍ଟକୁ ଅପେକ୍ଷା । ଏହାରି ମଧ୍ୟ ଆସିଛି ବୁଥ୍ ବାହୁଡ଼ା ମତ । ୮୧ଟି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇ ସାରିଛି । ଏକାଧିକ ଏକଜିଟ ପୋଲ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ମୁତାବକ ଏଥର ବିଜେପି ଉପରେ ଭରସା କରିଛନ୍ତି ଭୋଟର । କଂଗ୍ରେସକୁ ୨୫ରୁ ୩୦ ଆସନରେ ବହୁମତ ମିଳୁଥିବା ବେଳେ ବିଜେପି ୪୨ରୁ ୪୭ଟି ଆସନରେ ବାଜିମାତ୍ କରିବାକୁ ଯାଉଛି ।
ଝାଡଖଣ୍ଡରେ କିଏ ଗଢିବ ସରକାର ?
— Kanak News (@kanak_news) November 20, 2024
ଆସିଲା ବୁଥ ବାହୁଡା ମତ#ExitPolls #JharkhandAssemblyElection2024 #KanakNews pic.twitter.com/NI29AfKyMd