ଦେଶୀ ମଦ ଚାଲାଣବେଳେ ଫିଲ୍ମ ଷ୍ଟାଇଲ୍‌ରେ ମାଡି ବସିଲା ଅବକାରୀ ବିଭାଗ

କଟକ ତିଗିରିଆ ଅଞ୍ଚଳରୁ ଆସିଲା ଏଭଳି ରୋଚକ ଦୃଶ୍ୟ । ଅବକାରୀ ବିଭାଗର ଅଧିକାରୀଙ୍କୁ ଚକମା ଦେଇ କାର୍‌ରେ ଫେରାର ହେଉଥିବାବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ।

Smuggling Liquor

Photograph: (Kanak News)

କନକ ବ୍ୟୁରୋ : ଚୋରା ଦେଶୀ ମଦ ଚାଲାଣବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ଗୋଡ଼ାଇ ଗୋଡ଼ାଇ ଧରିଲା ଅବକାରୀ ବିଭାଗ । କଟକ ତିଗିରିଆ ଅଞ୍ଚଳରୁ ଆସିଲା ଏଭଳି ରୋଚକ ଦୃଶ୍ୟ । ଅବକାରୀ ବିଭାଗର ଅଧିକାରୀଙ୍କୁ ଚକମା ଦେଇ କାର୍‌ରେ ଫେରାର ହେଉଥିବାବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା । ବେଶ କିଛି ସମୟର ଛକାପଞ୍ଜା ପରେ ଶେଷରେ କାରକୁ ଧରିବା ସହ ମଦମାଫିଆକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ ।

ଏହାସହ ଚଢ଼ାଉ କରି ବ୍ୟାପକ ପୋଚ ଜବତ କରିଛି । ପୋଖରୀ ପାଣି ଭିତରୁ ମଦରନ୍ଧା ହାଣ୍ଡି ଓ ଅନ୍ୟାନ ସାମଗ୍ରୀ ଅବକାରୀ ବିଭାଗ ଜବତ କରିଛି । ଚଢ଼ାଉ ଖବର ପାଇ ମଦ ମାଫିଆ ମାନେ ମଦ ପ୍ରସ୍ତୁତି ହେଉଥିବା ବଡ଼ ବଡ଼ ହାଣ୍ଡି ଗୁଡିକୁ ଏକ ପୋଖରୀରେ ବୁଡାଇ ଲୁଚାଇ ରଖିଥିଲେ । ଯାହାକୁ ଅବକାରୀ କର୍ମଚାରୀ ମାନେ ପୋଖରୀରେ ବୁଡ଼ି ବାହାର କରିଛନ୍ତି । ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗାଁରେ ଏବଂ ତିଗିରିଆ ଥାନା ଅନ୍ତର୍ଗତ ପାଇକସାହି ଗାଁରେ ଆଠଗଡ ଅବକାରୀ ବିଭାଗ ଓ ଆଠଗଡ଼ ପୋଲିସ ମିଳିତ ବାବେ ଚଡାଉ କରିଥିଲା । ଚଢ଼ାଉରେ ୧୭୫୦ ଲିଟର ଦେଶୀ ମଦ ସହ ୧୫୪୭୦ ଲିଟର ପୋଚ ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe