ମଦମୃତ୍ୟୁ ପରେ ଆକ୍ସନରେ ଅବକାରୀ ବିଭାଗ ; ବେଆଇନ ମଦ କାରବାରରେ ଗଞ୍ଜାମରେ ୧୧ ଗିରଫ, କୃଷ୍ଣପ୍ରସାଦ କାଜୁ ଜଙ୍ଗଲରୁ ହଜାର ହଜାର ଲିଟର ଦେଶୀ ମଦ ଜବତ

କାଜୁ ଜଙ୍ଗଲ ଭିତରୁ ବାହାରିଲା ହଜାର ହଜାର ଲିଟର ଦେଶୀ ମଦ। ଆଇଆଇସିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ମାଟି ତଳୁ ମଦ ଖୋଳି ବାହାର କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୃଷ୍ଣପ୍ରସାଦ ବ୍ଲକ ସାନପାଟଣା ଗାଁରେ। ପ୍ରଥମେ ଘର ବାରିପଟୁ ମଦ ବହାରିଥିଲା । ପରେ ଜଙ୍ଗଲରୁ ବିଶାକ୍ତ ମଦ ଜବତ ହୋଇଛି।

Excise

କନକ ବ୍ୟୁରୋ: କାଜୁ ଜଙ୍ଗଲ  ଭିତରୁ ବାହାରିଲା ହଜାର ହଜାର ଲିଟର ଦେଶୀ ମଦ। ଆଇଆଇସିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ମାଟି ତଳୁ ମଦ ଖୋଳି ବାହାର କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୃଷ୍ଣପ୍ରସାଦ ବ୍ଲକ ସାନପାଟଣା ଗାଁରେ। ପ୍ରଥମେ ଘର ବାରିପଟୁ  ମଦ ବହାରିଥିଲା । ପରେ ଜଙ୍ଗଲରୁ ବିଶାକ୍ତ ମଦ ଜବତ ହୋଇଛି। 

ଜଙ୍ଗଲରେ ଚଢ଼ାଉ କରି ମାଟି ତଳେ ପୋତା ହୋଇଥିବା ହଜାର ହଜାର ଲିଟର ଦେଶୀ ମଦ ବାହାର କରୁଛନ୍ତି ପୋଲିସ ଟିମ୍। ଗଞ୍ଜାମ ଜିଲ୍ଲାରେ ମଦ ମୃତ୍ୟୁ ପରେ ସଜାଗ ହୋଇଛି ପ୍ରଶାସନ। ଚୋରା ମଦ କାରବାରକୁ ନେଇ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ଏଭଳି ଏକ ଚଢାଉର ନେତୃତ୍ୱ ନେଇଛନ୍ତି ଅରଖକୁଦା ମେରାଇନ ଥାନା ପୋଲସ ଟିମ। ନିଜେ ଆଇ ଆଇ ସି ସସ୍ମିତା ବେହେରା ଘଟଣା ସ୍ଥଲରେ ରହି ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି। ପ୍ରାୟ ୮ ହଜାର ଲିଟର ରୁ ଅଧିକ ଦେଶୀ ମଦ ଓ ପୋଚକୁ ନଷ୍ଟ କରିଛି ଅରଖକୁଦା ମେରାଇନ ଥାନା ପୋଲିସ। ପୋଲିସ ର ଏପରି ଚଢାଉ ଦେଖି ଚିଲିକା କୁଳରେ ମଦ ମାଫିଆଙ୍କ ନିଦ ଉଡ଼ି ଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe