କନକ ବ୍ୟୁରୋ : ଯେତେ ଖୋଳିଲେ ସେତେ ବାହାରୁଛି । ଅବକାରୀ ବିଭାଗର ବାରମ୍ବାର ରେଡ୍ ପରେ ବି ଥମୁନି ବେଆଇନ ମଦ ବ୍ୟବସାୟ । ରାଜଧାନୀର ଛାତି ଉପରେ ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ମାଫିଆ ଚଳାଇଛନ୍ତି ବେଆଇନ କାରବାର ।
ଘର ବାହାରୁ ଦେଖିବାକୁ ଯେତିକି ସୁନ୍ଦର ଭିତରେ ପଶିଲେ ଗନ୍ଧରେ ନାକ ଫାଟି ପଡୁଛି । ଘର କାନ୍ଥରେ ଘାସ ଗାଲିଚା, ଆଉ ତା ଭିତରେ ଲୁଚି ରହିଛି ଏକ ସିକ୍ରେଟ ବାଟ । ତାରି ଭିତରେ ଚାଲିଥିଲା ଦେଶୀ ମଦ ଭାଟି । ଭୁବନେଶ୍ୱର ସାଲିଆସାହିରେ ଦୀର୍ଘ ଦିନ ଧରି ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଚାଲିଥିଲା ଏ ବେଆଇନ କାରବାର । ଚଢ଼ଉ ବେଳେ ୨୦୦ ଲିଟର ଦେଶୀ ମଦ ଓ ପୋଚ ନଷ୍ଟ କରାଯାଇଛି, ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ଏ କେବଳ ଗୋଟିଏ ଘର ନୁହେଁ, ରାଜଧାନୀରେ ବିଭିନ୍ନ ସ୍ଥାନରେ ଏଭଳି ଚୋରା ମଦଭାଟି କରି ବେଧଡ଼କ ନିଶା କାରବାର ଚଳାଇଛନ୍ତି ମଦ ମାଫିଆ । ପୂର୍ବରୁ ଅନେକ ଥର ମଦ ମାଫିଆଙ୍କ ଘରେ ବୁଲଡୋଜର ଚଢ଼ିଥିଲେ ବି ଥମୁନି ବେଆଇନ କାରବାର । ଆଗକୁ କଡ଼ା ଆକ୍ସନ ହେବ ବୋଲି ରୋକଠୋକ୍ ଶୁଣାଇଛନ୍ତି ଅବକାରୀ ଅଧିକାରୀ । ଆଗକୁ ଦୀପାବଳି ଓ କାଳୀପୂଜା ଥିବାରୁ ପାର୍ବଣରେ ସକ୍ରିୟ ହେବେ ନିଶା ବେପାରୀ । ଏମାନଙ୍କୁ ଅବକାରୀ ବିଭାଗ କେମିତି ଚେକ୍ ଦେଉଛି ତା ଦେଖିବାର କଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/14/excise-dept-2025-10-14-19-07-11.jpg)