କନକ ବ୍ୟୁରୋ : ପୂଜା ପୂର୍ବରୁ ରାଜଧାନୀରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ । ଜବତ ହୋଇଛି ୧୫ ହଜାର ଲିଟର ପୋଚ ଓ ୬ ହଜାର ଲିଟର ମଦ । ଭୁବନେଶ୍ୱର ସାଲିଆ ସାହି ଭିତରେ ପୋଚ ରାନ୍ଧୁଥିବା ବେଳେ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ବିଭାଗ । ୨ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ମଦ ପ୍ରସ୍ତୁତକାରୀ ସମସ୍ତ ସାମଗ୍ରୀ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଏହି ମଦ ସବୁ ବେଧଡକ ଭାବେ ଜନବସତି ଭିତରେ ତିଆରି ହେଉଥିଲା ଏବଂ ପୂଜାରେ ପ୍ରଚୁର ମାତ୍ରାରେ ବିକ୍ରି ହୋଇଥାନ୍ତା । ଏହା ପୂର୍ବରୁ ଅବକାରୀ ବିଭାଗ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ଟିମ୍ ଏସବୁ ପୋଚ ଓ ମଦ ନଷ୍ଟ କରିଛନ୍ତି ।

Advertisment