କିଛି ଅଳଙ୍କାରର ମିଳୁନି ହିସାବ ! ଥିଲା ୮୭ କେଜି, ହେଲା ୩୦ କେଜି

Advertisment

୨୦୨୨ରେ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା- ୫୭ ଲକ୍ଷରୁ ଅଧିକ ଟଙ୍କା । ପ୍ରାୟ ସାଢେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା ।

୨୦୨୨ରେ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା- ୫୭ ଲକ୍ଷରୁ ଅଧିକ ଟଙ୍କା । ପ୍ରାୟ ସାଢେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା ।

gold sei

କନକ ବ୍ୟୁରୋ: ଚାରି ଦିନ ଧରି ସୁନା ଓ ରୁପାର ହିସାବ ନିକାଶ କରିବା ପରେ ଶେଷ ହୋଇଛି ସିଟି ଜିଏସଟି ବିଭାଗର ଗଣତି ପ୍ରକ୍ରିୟା । ଗଣତି ପରେ ଷ୍ଟ୍ରଙ୍ଗ ରୁମକୁ ଯଉ ମୁଦ ଦେଇ ସିଲ୍ କରାଯାଇଥିବା ସମୁଦାୟ ସୁନା ୩୦ କେଜି ଓ ରୁପା ଦେଢ଼ କ୍ବିଣ୍ଟାଲ ଥିବା ନେଇ ମିଳିଛି ସୂଚନା । ଇ-ବେ’ ବିଲରେ ୮୭ କେଜ ସୁନା ଥିବା ଉଲ୍ଲେଖ ରହିଥିଲା। କିନ୍ତୁ ଓଜନ ପରେ ୩୦ କେଜି ଥିବା ଜଣାପଡ଼ିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୩୦ କେଜିରୁ ଅଢ଼େଇ କେଜି ସୁନାର ହିସାବ ପାଉନି ସିଟି ଜିଏସଟି ବିଭାଗ । ସମାନ ଢଙ୍ଗରେ ମିଳିଥିବା ଦେଢ଼ କ୍ବିଣ୍ଟାଲ ରୁପାରୁ ପ୍ରାୟ ୮୦ କେଜି ରୁପାର ତଥ୍ୟ ମେଳ ଖାଉନି । 

ହେଉଥିଲା କି ସୁନା ଚୋରା ଚାଲାଣ ? 

କେତେ ଟିକସ ଫାଙ୍କିଛନ୍ତି ବ୍ୟବସାୟୀ ?

ହିସାବ ମିଳୁନଥିବା ସୁନାରୁପାକୁ ସିଲ କରି ଟ୍ରେଜେରୀକୁ ପଠାଇବ ପାଇଁ ଉଦ୍ୟମ ଆରମ୍ଭ କରିଛି ବିଭାଗ । ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ଏହି ସୁନାରୁପାର କେହି ଦାବିଦାର ନଆସନ୍ତି, କିମ୍ବା ସଠିକ କାଗଜପତ୍ର ନଦେଖାଇ ପାରନ୍ତି, ତାହେଲେ ଏହାକୁ ବାଜ୍ୟାପ୍ତ କରାଯିବ।
ତେବେ ପ୍ରଶ୍ନ ଉଠୁଛି, 

ପ୍ୟାକେଟରେ ଥିବା ବିଲ୍ ଓ ଅଳଙ୍କାର ଭିତରେ କାହିଁକି ମେଳ ଖାଉନାହିଁ ତଥ୍ୟ?
କାହା ପାଖକୁ ଯାଉଥିଲା ଏହି ହିସାବ ମିଳୁନଥିବା ସୁନାରୁପା ? ଟିକସ ଫାଙ୍କିବା ପାଇଁ କମ୍ ବିଲ୍ ଦେଖାଇ ଅଧିକ ସୁନାରୁପା ଆଣୁଥିଲେ କି ବ୍ୟବସାୟୀ ?
ରାଜ୍ୟର କେଉଁ କେଉଁ ସୁନା ବ୍ୟବସାୟୀଙ୍କ ଏଥିରେ ରହିଛି ସଂପୃକ୍ତି?

ତେବେ ଏଭଳି ବେଆଇନ ଚାଲାଣ ପଛର ମାଷ୍ଟରମାଇଣ୍ଡ କିଏ, ସେ ନେଇ ଅଧିକ ଖୋଳତାଡ଼ କରୁଛି ସିଟି ଜିଏସଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe