କନକ ବ୍ୟୁରୋ: ଚାରି ଦିନ ଧରି ସୁନା ଓ ରୁପାର ହିସାବ ନିକାଶ କରିବା ପରେ ଶେଷ ହୋଇଛି ସିଟି ଜିଏସଟି ବିଭାଗର ଗଣତି ପ୍ରକ୍ରିୟା । ଗଣତି ପରେ ଷ୍ଟ୍ରଙ୍ଗ ରୁମକୁ ଯଉ ମୁଦ ଦେଇ ସିଲ୍ କରାଯାଇଥିବା ସମୁଦାୟ ସୁନା ୩୦ କେଜି ଓ ରୁପା ଦେଢ଼ କ୍ବିଣ୍ଟାଲ ଥିବା ନେଇ ମିଳିଛି ସୂଚନା । ଇ-ବେ’ ବିଲରେ ୮୭ କେଜ ସୁନା ଥିବା ଉଲ୍ଲେଖ ରହିଥିଲା। କିନ୍ତୁ ଓଜନ ପରେ ୩୦ କେଜି ଥିବା ଜଣାପଡ଼ିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୩୦ କେଜିରୁ ଅଢ଼େଇ କେଜି ସୁନାର ହିସାବ ପାଉନି ସିଟି ଜିଏସଟି ବିଭାଗ । ସମାନ ଢଙ୍ଗରେ ମିଳିଥିବା ଦେଢ଼ କ୍ବିଣ୍ଟାଲ ରୁପାରୁ ପ୍ରାୟ ୮୦ କେଜି ରୁପାର ତଥ୍ୟ ମେଳ ଖାଉନି ।
ହେଉଥିଲା କି ସୁନା ଚୋରା ଚାଲାଣ ?
କେତେ ଟିକସ ଫାଙ୍କିଛନ୍ତି ବ୍ୟବସାୟୀ ?
ହିସାବ ମିଳୁନଥିବା ସୁନାରୁପାକୁ ସିଲ କରି ଟ୍ରେଜେରୀକୁ ପଠାଇବ ପାଇଁ ଉଦ୍ୟମ ଆରମ୍ଭ କରିଛି ବିଭାଗ । ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ଏହି ସୁନାରୁପାର କେହି ଦାବିଦାର ନଆସନ୍ତି, କିମ୍ବା ସଠିକ କାଗଜପତ୍ର ନଦେଖାଇ ପାରନ୍ତି, ତାହେଲେ ଏହାକୁ ବାଜ୍ୟାପ୍ତ କରାଯିବ।
ତେବେ ପ୍ରଶ୍ନ ଉଠୁଛି,
ପ୍ୟାକେଟରେ ଥିବା ବିଲ୍ ଓ ଅଳଙ୍କାର ଭିତରେ କାହିଁକି ମେଳ ଖାଉନାହିଁ ତଥ୍ୟ?
କାହା ପାଖକୁ ଯାଉଥିଲା ଏହି ହିସାବ ମିଳୁନଥିବା ସୁନାରୁପା ? ଟିକସ ଫାଙ୍କିବା ପାଇଁ କମ୍ ବିଲ୍ ଦେଖାଇ ଅଧିକ ସୁନାରୁପା ଆଣୁଥିଲେ କି ବ୍ୟବସାୟୀ ?
ରାଜ୍ୟର କେଉଁ କେଉଁ ସୁନା ବ୍ୟବସାୟୀଙ୍କ ଏଥିରେ ରହିଛି ସଂପୃକ୍ତି?
ତେବେ ଏଭଳି ବେଆଇନ ଚାଲାଣ ପଛର ମାଷ୍ଟରମାଇଣ୍ଡ କିଏ, ସେ ନେଇ ଅଧିକ ଖୋଳତାଡ଼ କରୁଛି ସିଟି ଜିଏସଟି।