ଚିକିଟି ମଦମୃତ୍ୟୁ ପରେ ବେପାରୀଙ୍କ ମଧ୍ୟରେ ଛନକା । ଚୋରା ମଦ ଭାଟି ଉପରେ ଚାଲିଛି ଚଢ଼ାଉ।

Advertisment

ଦେଶୀ ମଦ ତିଆରି ହେଉଥିବା ସ୍ଥାନ ଉପରେ ରେଡ୍ ହେଉଛି। ହଜାର ହଜାର ଲିଟର ପୋଚକୁ ନଷ୍ଟ କରାଯାଉଛି ।

ଦେଶୀ ମଦ ତିଆରି ହେଉଥିବା ସ୍ଥାନ ଉପରେ ରେଡ୍ ହେଉଛି। ହଜାର ହଜାର ଲିଟର ପୋଚକୁ ନଷ୍ଟ କରାଯାଉଛି ।

Desi Mada

କନକ ବ୍ୟୁରୋ: ଚିକିଟି ମଦ ମୃତ୍ୟୁ ପରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଚାଲିଛି । ଦେଶୀ ମଦ ତିଆରି ହେଉଥିବା ସ୍ଥାନ ଉପରେ ରେଡ୍ ଚାଲିଛି । ହଜାର ହଜାର ଲିଟର ପୋଚକୁ ନଷ୍ଟ କରାଯାଉଛି । ତେବେ ବର୍ଷ ବର୍ଷ ଧରି ବେଆଇନ ମଦ କାରବାର କେମିତି ହେଉଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଜାଣି ଅଜଣା ଥିଲେ ପ୍ରଶାସନ ଓ ପୋଲିସ ?

ଚିକିଟିରେ ମଦ ମୃତ୍ୟୁ ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ମଦ ଭାଟି ଉପରେ ଚଢ଼ାଉର ଦୃଶ୍ୟ। ରାଜଧାନୀ ଭୁବନେଶ୍ବର ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଳାର ଉପାନ୍ତ ଅଂଚଳ ପର୍ୟ୍ୟନ୍ତ ଚାଲିଛି ଚଢ଼ାଉ। କେଉଁଠି ଅବକାରୀ ବିଭାଗ ଚଢ଼ାଉ କରୁଛି ତ ଆଉ କେଉଁଠି ପୋଲିସ । ଚଢ଼ାଉ ବେଳେ ୨୦ ରୁ ୨୫ ତାରିଖ ମଧ୍ୟରେ ୯୪ ହଜାର ଲିଟର ଦେଶୀ ମଦ ଜବତ ହୋଇଛି । ୭ଲକ୍ଷ ଲିଟରରୁ ଅଧିକ ପୋଚ ନଷ୍ଟ କରାଯାଇଛି । ୧୮୬୯ ମାମଲା ରୁଜୁ ହୋଇଛି । ୧୧୫୪ ଜଣ ଗିରଫ ହୋଇଛନ୍ତି ଥିବା ସୂଚନା ମିଳିଛି । 

 ମଦକୁ ନେଇ ଯେତେବେଳେ ସାରାରାଜ୍ୟ ଉଠୁଛି ପଡୁଛି, ସେତେବେଳେ କୋରାପୁଟ ଜୟପୁର ବ୍ଲକର କଳାଗୁଡା ଗାଁର ଏହି ଏକ୍ସକ୍ଲୁସିଭ୍  ଚିତ୍ର ଦେଖନ୍ତୁ ।   ବର୍ଷ ବର୍ଷ ଧରି ପାହାଡିଆ, ଜଙ୍ଗଲିଆ ଅଞ୍ଚଳରେ ରନ୍ଧାଯାଉଛି ମହୁଲି ମଦ। ମହୁଲକୁ ୨ରୁ ୩ ଦିନ ପୋଚ କରିବାକୁ ପଡୁଛି । ତାପରେ ବଡ ମାଟି ହାଣ୍ଡିରେ ଭର୍ତି କରି ତାକୁ ରନ୍ଧା ଯାଉଛି। ଆଉ ତଳେ ୨ଟି ମାଟି ହାଣ୍ଡିରେ ବାଷ୍ପ ଦ୍ବାରା ବାହାରୁଥିବା ମଦକୁ ରଖାଯାଉଛି । ପରିବର୍ତ୍ତିତ ସମୟରେ ସେହି ମଦକୁ ବିକ୍ରି କରାଯାଉଛି ।

କେବଳ ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ଏଭଳି ମଦ ତିଆରି ଚାଲିଛି। ଆଉ ତାକୁ ବିକ୍ରି କରାଯାଉଛି। ସାଂଘାତିକ କଥା ହେଉଛି, ଶୀଘ୍ର ମଦ ତିଆରି କରିବା ପାଇଁ ସେଥିରେ ୟୁରିଆ ସାର ମଧ୍ୟ ବ୍ୟବହାର କରାଯାଉଛି।

 ଏକଥା ସମସ୍ତେ ଜାଣନ୍ତି। ପୂର୍ବରୁ ମଦ ମୃତ୍ୟୁ ମାମଲାରେ ଗଠନ ହୋଇଥିବା କମିଶନ ବି ଏଥିପାଇଁ ସତର୍କ କରି ସାରିଛନ୍ତି। ହେଲେ, କାହାର ନିଘା ନାହିଁ। ଅନ୍ୟପଟେ ଅବକାରୀ ମନ୍ତ୍ରୀ କହିଛନ୍ତି ଚୋରା ମଦ କାରବାର ବନ୍ଦ ହେବା ପର୍ୟ୍ୟନ୍ତ ଜାରି ରହିବ ଚଢ଼ାଉ। ତେବେ ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ବେଆଇନ ମଦ ତିଆରି ଚାଲିଛି କେମିତି? ମଦ କାରବାର ପଛର କାର୍ପଟଦାର କିଏ? ଯେଉଁ ଚଢ଼ାଉ ହେଉଛି, ତାହା କେବଳ ଲୋକ ଦେଖାଣିଆ ନା ଆନ୍ତରିକତା ଅଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe