ଚୋରା ମଦ ବ୍ୟବସାୟ ଚଢାଉବେଳେ ଅବକାରୀ କନଷ୍ଟେବଳଙ୍କୁ ଆକ୍ରମଣ । ବ୍ରହ୍ମପୁର ବସ ଷ୍ଟାଣ୍ଡ ନିକଟରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତ

Advertisment

ଚୋରା ମଦ ବ୍ୟବସାୟ ଉପରେ ଚଢାଉ ବେଳେ ଅବକାରୀ କନଷ୍ଟେବଳଙ୍କୁ ଆକ୍ରମଣ । ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟ ଟେଲିଫୋନ ଭବନ ପଛ ପାଖରେ ଚୋରା ମଦ ବ୍ୟବସାୟ ଖବର ପାଇବା ପରେ ଚଢାଉ କରାଯାଇଥିଲା ।

ଚୋରା ମଦ ବ୍ୟବସାୟ ଉପରେ ଚଢାଉ ବେଳେ ଅବକାରୀ କନଷ୍ଟେବଳଙ୍କୁ ଆକ୍ରମଣ । ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟ ଟେଲିଫୋନ ଭବନ ପଛ ପାଖରେ ଚୋରା ମଦ ବ୍ୟବସାୟ ଖବର ପାଇବା ପରେ ଚଢାଉ କରାଯାଇଥିଲା ।

Excise constable attacked

କନକ ବ୍ୟୁରୋ : ଚୋରା ମଦ ବ୍ୟବସାୟ ଉପରେ ଚଢାଉ ବେଳେ ଅବକାରୀ କନଷ୍ଟେବଳଙ୍କୁ ଆକ୍ରମଣ । ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟ ଟେଲିଫୋନ ଭବନ ପଛ ପାଖରେ ଚୋରା ମଦ ବ୍ୟବସାୟ ଖବର ପାଇବା ପରେ ଚଢାଉ କରାଯାଇଥିଲା । ଏହି ସମୟରେ  ଅବକାରୀ କନଷ୍ଟେବଳ ସବ୍ୟସାଚ୍ଚୀ ମିଶ୍ରଙ୍କୁ ଆକ୍ରମଣ କରାଯାଇଛି । ଦଶହରା ଲାଗି ପ୍ରଶାସନ ପକ୍ଷରୁ ମଦ ବ୍ୟବସାୟ ଉପରେ  କଟକଣା ଲାଗିଥିବା । 

ଗତକାଲି ସଂଧ୍ୟାରେ ସବ୍ୟସାଚୀ ସୂଚନା ପାଇ ମଦ ଦୋକାନ ନିକଟକୁ ଯାଇଥିଲେ । ସେହି ବନ୍ଦ ମଦ ଦୋକାନ ନିକଟରେ କିଛି ଦୁର୍ବୃତ୍ତ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ଦେଖି ସେ ଭିଡିଓ କରିବାକୁ ମୋବାଇଲ ବାହାର କରୁଥିଲେ । ଏହା ଦେଖି ଦୁର୍ବୃତମାନେ ତାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ । ସବ୍ୟସାଚୀ ୟୁନିଫର୍ମରେ ନଥାଇ ସାଧା ପୋଷାକରେ ଥିବାରୁ ତାଙ୍କୁ ଜାଣିପାରିନଥିଲେ ଦୁର୍ବୃତ୍ତ । ଆକ୍ରମଣରେ ସବ୍ୟସାଚୀଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe